୪ ପ୍ରତିଶତ ବଢିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦଶହରା ପୂଜା ଭେଟି ଦେଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ାଇବାକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ନୂଆ କରି ବୃଦ୍ଧି ହୋଇଥିବା ମହଙ୍ଗା ଭତ୍ତା ୩୮ ପ୍ରତିଶତରେ ପହଞ୍ଚିଛି। ଏହାକୁ ଗତ ଜୁଲାଇରୁ ପିଛିଲା ଭାବେ ଏହା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହାଦ୍ବାରା ୫୦ ଲକ୍ଷ ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନ୍ ଉପଭୋକ୍ତା ଉପକୃତ ହେବେ ।
ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ଶେଷଥର ପାଇଁ ବୃଦ୍ଧି ହୋଇ ଥିବା ମହଙ୍ଗା ଭତ୍ତା ୨୦୨୨ ଜାନୁଆରୀ ୧ରୁ ଲାଗୁ କରାଯାଇଥିଲା। ମାର୍ଚ୍ଚ ମାସରେ ୩ ପ୍ରତିଶତ ଡିଏ ବୃଦ୍ଧି କରାଯାଇଥିଲା। ସେତେବେଳେ ୩୧ ପ୍ରତିଶତ ଉପରେ ଏହି ଡିଏ ଲାଗୁ କାରାଯାଇଥିଲା। ସାଧାରଣତ ମୁଦ୍ରସ୍ପୀତିକୁ ଦୃଷ୍ଟିରେ ରଖି ଏକ ସନ୍ତୁଲନ ରକ୍ଷା କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଥାଏ। ସେହିପରି ପେନସନଭୋକ୍ତାମାନେ ମଧ୍ୟ ଏହି ବର୍ଦ୍ଧିତ ଡିଏ ସୁବିଧା ପାଇପାରିବେ।
Powered by Froala Editor