ଆଜିଠୁ ତିନି ଦିନ ମୁଦ୍ରାନୀତି କମିଟି ବୈଠକ

ନୂଆଦିଲ୍ଲୀ: ଆଜିଠୁ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ ଆରମ୍ଭ ହେବ । ତିନି ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ପୁଣିଥରେ ରେପୋ ରେଟ ବୃଦ୍ଧି କରିବା ନେଇ ଚର୍ଚ୍ଚା ହେଉଛି । ଆସନ୍ତା ୩୦ ତାରିଖରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ ।
ତେବେ ଦେଶରେ ମୁଦ୍ରାସ୍ଫୀତିର ମୁକାବିଲା ଏବଂ ଆମେରିକାର ଫେଡେରାଲ ରିଜର୍ଭ ସୁଧହାର ବୃଦ୍ଧି କରିଥିବାରୁ ରିଜର୍ଭ ବ୍ୟାଙ୍କ ମଧ୍ୟ ରେପୋ ରେଟରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିବାର ସମ୍ଭାବନା ରହିଛି । ଏହାହେଲେ ବ୍ୟାଙ୍କ ଋଣ ଠାରୁ ଆରମ୍ଭ କରି EMI ଯାଏଁ ସବୁକିଛି ମହଙ୍ଗା ହୋଇଯିବ । ଆରବିଆଇ ଲଗାତାର ଚତୁର୍ଥ ଥର ପାଇଁ ମୁଦ୍ରାନୀତି ବୈଠକରେ ରେପୋ ରେଟରେ ବୃଦ୍ଧି କରିପାରନ୍ତି ।ବର୍ତ୍ତମାନ ରେପୋ ରେଟ ୫.୪୦% ଥିବାବେଳେ ଏହାକୁ ୫.୯୦% ବୃଦ୍ଧି କରାଯାଇପାରେ । ଚଳିତ ବର୍ଷ ମେ' ମାସରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ ୧୪୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ପ୍ରଥମେ ମେ' ମାସରେ ୪୦ ବେସିସ୍ ପଏଣ୍ଟ, ଦ୍ବିତୀୟ ଥର ଜୁନରେ ୫୦ ବେସିସ୍ ପଏଣ୍ଟ ଏବଂ ତୃତୀୟ ଥର ଅଗଷ୍ଟରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଥିଲା ।
Powered by Froala Editor