ଦେଶରେ ଫିଏଫଆଇ ୫ ବର୍ଷ ବ୍ୟାନ,
ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଆତଙ୍କବାଦୀ କାର୍ୟ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପିଏଫଆଇର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ। ଏବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂସ୍ଥାକୁ ବେଆଇନ ସଂଗଠନ ଭାବେ ନାମିତ କରିଛି। ଏଥିସହ ଫିଏଫଆଇକୁ ଦେଶରେ ୫ ବର୍ଷ ପାଇଁ ବ୍ୟାନ କରାଯାଇଛି। ଏହାର ସମସ୍ତ ସହଯୋଗୀ ଓ ଅନୁବନ୍ଧିତ ସଂସ୍ଥା ଉପରେ ମଧ୍ୟ ବ୍ୟାନ ଲାଗୁ କରାଯାଇଛି। ସଂଗଠନର ଆତଙ୍କବାଦୀ ଲିଙ୍କ ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ହିଂସା ସୃଷ୍ଟି କରିବା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ପାଇଁ ପିଏଫଆଇ ବିଦେଶର ପାଣ୍ଠି ପାଇଥିବା ମଧ୍ୟ ଏନଆଇଏ ରେଡ ବେଳେ ଜଣାପଡ଼ିଥିଲା।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶନାମାରେ ପିଏଫଆଇ ଓ ଏହା ସହ ଜଡ଼ିତ ଥିବା ରେହାବ ଇଣ୍ଡିଆ ଫାଉଣ୍ଡେସନ (ଆରଆଇଏଫ), କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ (ସିଏଫଆଇ), ଅଲଇଣ୍ଡିଆ ଇମାମ୍ସ କାଉସିଲ(ଏଆଇଆଇସି), ନ୍ୟାଶନାଲ କନଫେଡେରେସନ ଅଫ୍ ହ୍ୟୁମାନ ରାଇଟ୍ସ ଅର୍ଗାନାଇଜେସନ (ଏନସିଏଚ୍ଆରଓ), ନ୍ୟାଶନାଲ ୱମେନ୍ସ ଫ୍ରଣ୍ଟ, ଜୁନିୟର ଫ୍ରଣ୍ଟ, ଏନପାୱାର ଇଣ୍ଡିଆ ଫାଉଡେସନ ଓ କେରଳ ରେହାବ ଫାଉଣ୍ଡସେନକୁ ବେଆଇନ ସଂଗଠନ ଭାବେ ଅବିହିତ କରାଯାଉଛି। ଏହାର ଅର୍ଥ ଏବେ ଏହି ସଂସ୍ଥାଗୁଡ଼ିକ ଦେଶରେ କୌଣସି ପ୍ରକାରର କାର୍ୟ୍ୟକଳାପ କରିପାରିବେ ନାହିଁ।
Powered by Froala Editor