କାନପୁରରେ ପିଟବୁଲ ଓ ରୋଟଓ୍ବେଲର ପ୍ରଜାତିର କୁକୁର ପାଳିବା ନିଷିଦ୍ଧ

ଉତ୍ତରପ୍ରଦେଶର କାନପୁରରେ ପିଟବୁଲ ଓ ରୋଟଓ୍ବେଲର ପ୍ରଜାତିର କୁକୁର ପାଳିବା ନିଷିଦ୍ଧ କରିଛି ନଗର ନିଗମ । ଏହି ପ୍ରଜାତିର କୁକୁର ଅଧିକ ହିଂସ୍ର ହୋଇ ମଣିଷ ଓ ଗୃହପାଳିତ ପଶୁମାନଙ୍କୁ ଆକ୍ରମଣ କରୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଏଥିପାଇଁ ସହରରେ ଏହି ଦୁଇ ପ୍ରଜାତିର କୁକୁରକୁ ବ୍ୟାନ୍ କଲା ପ୍ରଶାସନ। କାନପୁର ଶରସାୟା ଘାଟରେ ଏକ ଗାଈକୁ ପିଟବୁଲ ପ୍ରଜାତିର କୁକୁର ଆକ୍ରମଣ କରିବାରୁ ଏହି ବ୍ୟାନ୍ ଲଗାଯାଇଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କାନପୁର ମେୟର ପ୍ରମିଳା ପାଣ୍ଡେ। ସେ କହିଛନ୍ତି “ଲୋକମାନଙ୍କର ସୁରକ୍ଷା ଦୃଷ୍ଟିରୁ ପିଟବୁଲ ଓ ରୋଟଓ୍ବେଲ ପ୍ରଜାତିର କୁକୁର ସହରରେ ବ୍ୟାନ କରାଯାଇଛି।
କାନପୁରର ଏପରି କୁକୁର କାମୁଡ଼ିବା ଘଟଣା ବଢିଚାଲିଛି । ନିକଟରେ ସହରର ଶରସାୟା ଘାଟରେ ଏକ ପିଟବୁଲ କୁକୁର ଏକ ଗାଈକୁ କାମୁ଼ଡ଼ି ଗୁରୁତର ଭାବେ ଆହତ କରିଦେଇଥିଲା । ଏପରିକି କୁକୁରଟି ଏତେ ହିଂସ୍ର ହୋଇଯାଇଥିଲା ଯେ ନିଜ ମୁନୀବର କଥା ମାନିନଥିଲା । ପରେ ସ୍ଥାନୀୟ ଲୋକମାନେ ଉକ୍ତ କୁକୁରକୁ ଏକ ବାଡ଼ି ସାହାଯ୍ୟରେ ପିଟିବା ପରେ ସେ ଛାଡ଼ିଦେଇଥିଲା ।
ସୂଚନା ଥାଉକି ଆମେରିକାରେ କୁକୁର ଆକ୍ରମଣ ନେଇ ହୋଇଥିବା ଏକ ସର୍ଭେରେ ଏହା ଜଣାପଡ଼ିଛି ଯେ ୨୦୧୯ରେ ଆମେରିକାରେ କୁକୁର କାମୁଡ଼ାରେ ୪୮ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୬୯ ପ୍ରତିଶତ ପିଟ୍ବୁଲ କାମୁଡ଼ାର ସମ୍ମୁଖୀନ ହୋଇଛନ୍ତି। ନିକଟରେ ଲକ୍ଷ୍ନୌରେ ଜଣେ ବୃଦ୍ଧା ମହିଳାଙ୍କ ମଧ୍ୟ ତାଙ୍କ ପାଳିଥିବା ପିଟ୍ବୁଲ କୁକୁର ଝୁଣି ଝୁଣି ମାରିଦେଇଥିଲା।
Powered by Froala Editor