ଝଲ ମଲ କରିବ ଇଟାଲିଆନ ତୋରଣ
୧୯୮୫ ମସିହାରୁ ଆରମ୍ଭ ହୋଇଥିବା ୩୬ ବର୍ଷରେ ପଦାର୍ପଣ କରିବେ ବଡଗଡ ଗାଁ ଦୁର୍ଗାପୂଜା ଏଥର ଖୁବ ଆଡମ୍ବର ସହକାରେ ଅନୁଷ୍ଠିତ ହେବ । ପାଖା ପାଖି ୨୦ ଲକ୍ଷ ଟଙ୍କା ଆକଳନ ହୋଇଥିବା ଏହି ପୂଜାର ମୁଖ୍ୟ ଆକର୍ଷଣ ହେଉଛି ମା ମହିଷାମର୍ଦ୍ଧିନୀଙ୍କ ମୃଣ୍ମୟୀ ମୃର୍ତ୍ତି । ତେବେ ଚଳିତ ବର୍ଷ ଏଠାରେ ଝଲ ମଲ କରିବ ଇଟାଲିଆନ ତୋରଣ । ଏହି ସୁଦୃସ ତୋରଣ ନିର୍ମାଣ କରୁଛନ୍ତି ସାଲେପୁର ଓଡିଆ କାରିଗର । ୬୫ ଫୁଟ ଉଚ୍ଚତା ଓ ୪୦ ଫୁଟ ପ୍ରସ୍ଥର ଏହି ସୁନ୍ଦର ତୋରଣରେ ଇଟାଲିର କାରୁକାର୍ଯ୍ୟ ଶୋଭାପାଇବ ।
ସେହିଭଳି ମା ମହିଷାମର୍ଦ୍ଧିନୀ ମୃର୍ତ୍ତିର ଉଚ୍ଚତା ୨୦ ଫୁଟହେବ ଏବଂ ମେଢର ଉଚ୍ଚତା ୨୫ ଫୁଟ । ମାଙ୍କ ମୃର୍ତ୍ତି ସାଙ୍ଗକୁ ପାଶ୍ୱ ଦେବାଦେବୀ ମୃର୍ତ୍ତି ମଣ୍ଡପରେ ଶୋଭାପାଇବ । ଏଠାରେ ମହାଅଷ୍ଟମୀ ପୂଜା ବଡଧରଣରେ ହୋଇଥାଏ । ପ୍ରାୟ ୮ ଶହରୁ ଏକ ହଜାର ମହିଳା ଏଠାରେ ସାଙ୍ଗ ହୋଇ ଶାଢୀ ପୂଜା କରିଥାନ୍ତି ।
Powered by Froala Editor