ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦନ ମହମ୍ମଦଙ୍କ ଦେହାନ୍ତ
ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦନ ମହମ୍ମଦ ଆଉ ନାହାନ୍ତି। ଆଜି ସେ ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ଆଜି ସକାଳେ ସେ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅସୁସ୍ଥ ଥିବାରୁ ଗତ ସପ୍ତାହରେ କେରଳର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଆଜି ତାଙ୍କର ପରଲୋକ ହୋଇଛି। ସୋମବାର ସକାଳ ୯ଟା ବେଳେ ତାଙ୍କର ଅନ୍ତିମସଂସ୍କାର ହେବ।
ସେ ପ୍ରଥମେ ୧୯୭୭ ମସିହାରେ ନିଳାମ୍ବୁର ନିର୍ବାଚନ ମଣ୍ଡଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୮୭ରୁ ୨୦୧୧ ପର୍ଯ୍ୟନ୍ତ ସେ ନୀଳାମ୍ବୁର ନିୟମିତ ଭାବେ ନିର୍ବାଚନ ଜିତି ଆସୁଥିଲେ। ଦୀର୍ଘ ରାଜନୈତିକ ଯାତ୍ରାରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ୧୯୮୦ ବେଳେ ସେ ବାମ ଦଳ ଗ୍ରୁପ୍ ‘ଏ’ରେ ଥିବା ବେଳେ ଇକେ ନାୟରଙ୍କ କ୍ୟାବିନେଟ୍ରେ ଥିଲେ। ସେହିପରି ଏକେ ଆଣ୍ଟୋନି ଓ ଓମାନ ଚାଣ୍ଡିଙ୍କ କ୍ୟାବିନେଟ୍ରେ ମନ୍ତ୍ରୀପଦ ସମ୍ଭାଳି ସମ୍ଭାଳିଥିଲେ।
ଦିବଙ୍ଗତ ମହମ୍ମଦଙ୍କ ପାଇଁ ବିଭିନ୍ନ ରାଜନୀତିକ ଦଳର ନେତାମାନେ ଶୋକ ପ୍ରକାଶ କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି, “ବାମପନ୍ଥୀ ସହିତ ଓ ଏହା ବିରୋଧରେ ମହମ୍ମଦଙ୍କ ରାଜନୀତିକ ଅଭିଜ୍ଞତା ରହିଥିଲା। ସେ ଜଣେ ମହାନ ବିଧାୟକ ଥିଲେ।
Powered by Froala Editor