୧୮ ମାସ ଧରି ସ୍ୱାମୀ ଶବକୁ ଗଙ୍ଗାଜଳ ଛିଞ୍ଚୁଥିଲେ ସ୍ତ୍ରୀ

ଉତ୍ତରପ୍ରଦେଶର କାନପୁରରୁ ବିଚଳିତ କରିଦେବା ଭଳି ଖବର ଆସିଛି। ଜଣେ ବ୍ୟକ୍ତିଙ୍କର ମୃତ୍ୟୁର ୧୮ ମାସ ପରେ ବି ଶବକୁ ପରିବାର ଲୋକେ ସତ୍କାର ନକରି ରଖିଥିଲେ। ବ୍ୟକ୍ତି ଜଣକ କୋମାରେ ପଡ଼ିଥିବା ଭାବି ତାକୁ ପକାଇ ରଖିଥିଲେ ସ୍ତ୍ରୀ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବିମଲେଶ ଦିକ୍ଷୀତ। କାନପୁର ପୁଲିସ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି।
ଆୟକର ବିଭାଗରେ କାମ କରୁଥିବା ବିମଲେଶଙ୍କର ଗତ ୨୦୨୧ ଏପ୍ରିଲ ୨୨ରେ ମୃତ୍ୟୁ ଘଟିଥିଲା। କିନ୍ତୁ ପରିବାର ଲୋକେ ଶବ ସତ୍କାର କରିବାକୁ ଅମଙ୍ଗ ହୋଇଥିଲେ। ବିମଲେଶଙ୍କ ସ୍ତ୍ରୀ ମାନସିକ ରୋଗୀ ହୋଇଥିବାରୁ ସେ ଏ ବିଷୟରେ କିଛି ଜାଣି ପାରୁ ନଥିଲେ। ସ୍ୱାମୀ କୋମାରେ ଥିବା ଭାବି ପ୍ରତିଦିନ ତାଙ୍କ ଶରୀର ଉପରେ ଗଙ୍ଗାଜଳ ଛିଞ୍ଚୁଥିଲେ। ଶବଟି ପଚିଯାଇଥିଲେ ମଧ୍ୟ ଗଙ୍ଗା ଜଳ ଛିଞ୍ଚିବା ଦ୍ୱାରା କୋମାରୁ ତାଙ୍କ ଜୀବନ ଫେରି ଆସିବ ବୋଲି ପତ୍ନୀ ଭାବିଥିଲେ।
କିନ୍ତୁ ଫ୍ୟାମିଲି ପେନ୍ସନ୍ ଫାଇଲ ଅଗ୍ରଗତି ହେଉ ନଥିବାରୁ ଆୟକର ବିଭାଗ ପକ୍ଷରୁ କାନପୁର ପୁଲିସକୁ ଯାଞ୍ଚ ପାଇଁ କୁହାଯାଇଥିଲା। ଏହା ପରେ ଏକ ମେଡିକାଲ ଟିମ୍ ସହ ପୁଲିସ ବିମଲେଶଙ୍କ ଘରେ ପହଞ୍ଚି ଥିଲେ। ବହୁ ବୁଝାସୁଝା ପରେ ସ୍ତ୍ରୀ ମେଡିକାଲ ଟିମକୁ ବିମଲେଶଙ୍କ ଶରୀର ନେବାକୁ ଅନୁମତି ଦେଇଥିଲେ। ମେଡିକାଲ ଟିମ୍ ବିମଲେଶଙ୍କ ଶରୀରରକୁ ଲାଲା ଲଜପତ ରାୟ ହସପିଟାଲକୁ ନେଇଥିଲେ। ସେଠାରେ ସରକାରୀ ଭାବେ ମୃତ ଘୋଷଣା କରାଯାଇଥିଲା।
Powered by Froala Editor