ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୁଣି ଆତ୍ମହତ୍ୟା କଲେ ମହିଳା। ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ପ୍ରିୟଙ୍କା ରାୟ ସାମନ୍ତ ସେ ଢ଼େଙ୍କାନାଳ ଅଞ୍ଚଳର ବୋଲି ଜଣାପଡିଛି। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସ୍ପଷ୍ଟ ହୋଇନାହିଁ। ପରିବାରିକ କଳହ ପାଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
୮ ବର୍ଷ ତଳେ ପ୍ରିୟଙ୍କା ଖୋର୍ଦ୍ଧାର ରତୀକ ଦାଶଙ୍କୁ ବିବାହ କରିଥିଲେ। ସ୍ବାମୀ ଓ ୨ ଛୁଆଙ୍କ ସହ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ତେବେ ଆଜି ତାଙ୍କ ମୃତଦେହ ଭଡ଼ା ଘରୁ ଉଦ୍ଧାର ହୋଇଛି। ତେବେ ମହିଳାଙ୍କ ଆତ୍ମହତ୍ୟାର ପ୍ରକୃତ ଜଣାପଡିନାହିଁ। ପୋଲିସ ବିଭିନ୍ନ ଦିଗରୁ ମାମଲାର ତଦନ୍ତ ଆରମ୍ଭ କରିଛି।
Powered by Froala Editor