ଭୁଶୁଡ଼ିଲା ଦୁଇ ମହଲା କୋଠା ଛାତ, ୩ ମୃତ

ଲକ୍ଷ୍ନୌ: ଦେବାରିୟାର କତୱାଲି ଅଞ୍ଚଳରେ ଦୁଇ ମହଲା କୋଠା ଛାତ ଭୁଶୁଡ଼ି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି । ଘରଟି ୮୦ ବର୍ଷର ପୁରୁଣା ଘର ହୋଇଥିବା ଜଣାପଡ଼ିଛି । ଘର ଭୁଶୁଡ଼ିବା ସମୟରେ ସମସ୍ତେ ଶୋଇଥିଲେ। ମୃତକଙ୍କ ମଧ୍ୟରେ ସ୍ବାମୀ-ସ୍ତ୍ରୀ ଏବଂ ଏକ ଶିଶୁ ରହିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ସୋମବାର ସକାଳୁ ଦେବାରିୟାର କତୱାଲି ଅଞ୍ଚଳର ଅନସାରୀ ରୋଡ ନିକଟରେ ଅବସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠ ଘରଟି ହଠାତ ଭୁଶୁଡ଼ି ପଡ଼ିଥିଲା । କୋଠା ଭୁଶୁଡିବା ଯୋଗୁଁ ଭଗ୍ନାବଶେଷ ତଳେ ଚାପି ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଏବଂ ଏସଡିଏମ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଏହି ଦୁର୍ଘଟଣାରେ ଦିଲ୍ଲୀପ ଗୌର ପତ୍ନୀ ଚାନ୍ଦିନୀ ଏବଂ ଦୁଇ ବର୍ଷର ଝିଅ ପାୟଲର ମୃତ୍ୟୁ ଘଟିଛି ।
Powered by Froala Editor