ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାର, ଖୋଲିବ ୪ ଗେଟ୍
ସମ୍ବଲପୁର : ଉପରମୁଣ୍ଡରୁ ଜଳପ୍ରବେଶ ବଢିବା ସହ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଫଳରେ ଆଜି ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଖୋଲିବ। ଦିନ ୧୦ଟା ପରେ ଏହି ୪ଟି ଗେଟ୍ ଖୋଲିବା ନେଇ ଆଗୁଆ ସୂଚନା ଦେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଏଥିପାଇଁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ କରାଯାଇଛି।
ସୂଚନାନୁଯାୟୀ, ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ବୃଦ୍ଧି ପାଇ ୬୨୯.୨୭ ଫୁଟରେ ପହଂଚିଲାଣି । ସେହିପରି ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାବେଳେ ପ୍ରତି ସେକେଣ୍ଡରେ ୯୧ ହଜାର ୫୦୮ କ୍ୟୁସେକ ଜଳ ପ୍ରବେଶ କରୁଛି ।
Powered by Froala Editor