୨୪ ଘଣ୍ଟା ନପୂରୁଣୁ ପୁଣି ଜମ୍ମୁ କଶ୍ମୀରରେ ଦୁର୍ଘଟଣା : ଖାତରେ ବସ୍ ଖସି ୫ ମୃତ
୨୪ ଘଣ୍ଟାରେ ଜମ୍ମୁ-କାଶ୍ମୀରରେ ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରଜୌରୀରେ ଏକ ବସ୍ ଖାତକୁ ଖସି ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଖବର ପାଇ ସେନା, ପୁଲିସ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ରଜୌରି ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ବସ୍ଟି ବସ୍ ସାୱଜିଆନରୁ ମାଣ୍ଡି ଅଭିମୁଖେ ଯାଉଥିବା ଜଣାପଡିଛି। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଗତକାଲି ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲାରେ ବଡ ଧରଣର ଏକ ସଡକ ଦୁର୍ଘଟଣା ଘଟିଥିଲା। ଜିଲାର ମଣ୍ଡି ତହସିଲରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଏକ ଯାତ୍ରୀବାହୀ ବସ ଖାଇକୁ ଖସି ଯାଇ ଏଥିରେ ପ୍ରାୟ ୧୧ ଜଣଙ୍କ ଜୀବନ ଚାଲି ଯାଇଥିଲା। ଏହାସହ ୨୦ ରୁ ଅଧିକ ଆହତ ମଧ୍ୟ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
Powered by Froala Editor