ଗୁଲାମ ନବୀଙ୍କୁ ଆତଙ୍କବାଦୀ ଧମକ : ଚିଠିରେ ଲେଖାଅଛି ‘ଆଜାଦ ରାଜନୀତି ଦୁନିଆରେ ଏକ ବହୁରୁପୀ ଏଣ୍ଡୁଅ ’

ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ସହ ଲିଙ୍କ ଥିବା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ସଂଗଠନ ପକ୍ଷରୁ ଗୁଲାମ ନବୀ ଆଜାଦକୁ ଧମକ ଦିଆଯାଇଛି। ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ ସୋଶାଲ ମିଡିଆରେ ଭାଇରାଲ କରାଯାଉଛି। ଏହି ପୋଷ୍ଟରରେ ଲେଖାଯାଇଛି ” ଧୋକାବାଜ ହୃଦୟରେ କେବେ ବିଶ୍ୱାସନୀୟତା ନଥାଏ। ନିଜକୁ ବିଶ୍ୱାସୀ ଦେଖାଇବା ପାଇଁ ଏଭଳି ମିଛ କାର୍ଯ୍ୟ ହେଉଛି।” ଆଜାଦ ରାଜନୀତି ଦୁନିଆରେ ଏକ ବହୁରୁପୀ ଏଣ୍ଡୁଅ ବୋଲି ଆତଙ୍କବାଦୀମାନେ ପୋଷ୍ଟରରେ କହିଛନ୍ତି।
ପୋଷ୍ଟରେ ଆଜାଦଙ୍କୁ ଦଳ ବଦଳାଉଥିବା ରାଜନେତା ଭାବେ ଆକ୍ଷେପ କରାଯାଇଛି। ଏଥିରେ କୁହାଯାଇଛି ଯେ ଜମ୍ମୁ-କଶ୍ମୀର ରାଜନୀତିରେ ଦଳ ବଦଳ କରୁଥିବା ଗୁଲାମ ନବୀ ଆଜାଦଙ୍କ ଏଣ୍ଟ୍ରି ହଠାତ୍ ହୋଇନାହିଁ। ଏହା ଏକ ଯୋଜନାବଦ୍ଧ ରଣନୀତିର ଅଂଶ ବିଶେଷ। ସେ ନିଜର ପୂର୍ବ ରାଜନୀତିକ ଦଳରେ ଥିବା ବେଳେ ଏନେଇ ଯୋଜନା ପ୍ରସ୍ତୁତ କରିଥିଲେ।
ଏପଟେ ଏଲ୍ଇଟି ପୋଷ୍ଟର ଭାଇରାଲ୍ ହେବା ପରେ ମାମଲା ସମ୍ନାକୁ ଆସିଛି। ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୁଲାମ ନବୀ ଆଜାଦ। ତାଙ୍କର ବିଜେପି ସହ କୌଣସି ସମ୍ପର୍କ ନାହିଁ କି ସେ ଡୋଭାଲଙ୍କୁ ଭେଟି ନାହାନ୍ତି ବୋଲି ଅଜାଦ କହିଛନ୍ତି।
Powered by Froala Editor