ଗୁଗ୍ଲ ଏବଂ ମେଟା ଉପରେ ଭାରୀ ଜରିମାନା ଲଗାଇଲା ଦକ୍ଷିଣକୋରିଆର ଏହି କମ୍ପାନୀ
ଗ୍ରାହକଙ୍କ ଅନଲାଇନ୍ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ଏହି ସମୟ ମଧ୍ୟରେ ସଂଗୃହୀତ ସୂଚନାକୁ ବିଜ୍ଞାପନ ପାଇଁ ବ୍ୟବହାର କରୁଥିବା ଅଭିଯୋଗ ଗୁଗ୍ଲ ଏବଂ ମେଟାକୁ ପ୍ରାୟ ୧୦୦ ବିଲିୟନ ଓ୍ବାନ (ପ୍ରାୟ ୭୨ମିଲିୟନ ଡଲାର୍) ଜରିମାନା ହୋଇଛି। ଦକ୍ଷିଣ କୋରିଆର ଗୋପନୀୟତା ଓ୍ବାଚଡଗ୍ ମିଳିତ ଭାବେ ଉଭୟ କମ୍ପାନୀଙ୍କୁ ଜରିମାନା କରିଛି ।
ବ୍ୟକ୍ତିଗତ ସୂଚନା ଏବଂ ସୁରକ୍ଷା ଆୟୋଗ କହିଛନ୍ତି ଯେ, ଏହା ଗୁଗ୍ଲକୁ ୬୯.୨ବିଲିୟନ ଓ୍ବାନ (ପ୍ରାୟ ୫୦ ନିୟୁତ ଡଲାର) ଏବଂ ମେଟା ୩୦.୮ ବିଲିୟନ ଓ୍ବାନ (ପ୍ରାୟ ୨୨ ମିଲିୟନ ଡଲାର) ଜରିମାନା କରିଛି। ନିୟାମକ କମ୍ପାନୀର କାର୍ଯ୍ୟ ନିର୍ବାହୀମାନଙ୍କ ସହିତ ଏକ ବୈଠକ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମେଟା ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମ ହେଉଛି ଫେସ୍ବୁକ୍ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନୀ। ଆୟୋଗର କାର୍ଯ୍ୟରେ ଉଭୟ କମ୍ପାନୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ମେଟା ସୂଚାଇଛି। ଗୋପନୀୟତା ଆଇନ ଉଲ୍ଲଂଘନ ମାମଲାରେ ଦକ୍ଷିଣ କୋରିଆ ଦ୍ୱାରା ଏହା ସର୍ବ ବୃହତ ଜରିମାନା ଅଟେ।
Powered by Froala Editor