ଛାତିଥରା ସିରିଜ୍ ଦୁର୍ଘଟଣା : ୧୮ ଚକିଆ ଟ୍ରକ୍ ସହ ପିଟିହେଲା ୩ଟି କାର୍

ଏକ ଆଖି ବୁଜି ହୋଇଯିବା ଭଳି ଦୁର୍ଘଟଣା ଘଟିଛି ଫଗୱାଡ଼ା ଏବଂ ଚଣ୍ଡୀଗଡକୁ ଯୋଡ଼ୁଥିବା ଜାତୀୟ ରାଜପଥରେ ଘଟିଛି। ଭାରସାମ୍ୟ ହରାଇ ଗୋଟିଏ ବଡ଼ ଟ୍ରକ ୩ଟି କାର୍କୁ ଏକା ସାଙ୍ଗରେ ଧକ୍କା ଦେଇଛି। ଫଳରେ ଗୋଟିଏ କାରରେ ବସିଥିବା ଏକ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଟ୍ରକ୍ଟି ବଙ୍ଗାସାଇଡ୍ରୁ ବହରାମ୍-ଟି ପଏଣ୍ଟରେ ପହଞ୍ଚିଥିଲା ବୋଲି ଭିଡିଓରୁ ସ୍ପଷ୍ଟ ଜଣାପଡ଼ିଛି। ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି।
ଭିଡିଓରେ ଦେଖାଯାଇଛି ଯେ, ରାଜପଥରେ ଏକ ବଡ଼ ବୋଝେଇ ହୋଇଥିବା ୧୮ଚକିଆ ଟ୍ରକ ଆସୁଥିଲା। ହଠାତ ଟ୍ରକଟି ଡାହାଣକୁ ତାର ମୋଡ଼ ବଦଳାଇଥିଲା। ଏହି ସମୟରେ ସନ୍ତୁଳନ ହରାଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ସେପଟେ ବିପରୀତ ଦିଗରୁ ଆସୁଥିବା ୩ଟି କାର୍ ନିୟନ୍ତ୍ରଣ ହରାଇ ସେହି ଟ୍ରକ୍ ସହିତ ଧକ୍କା ହୋଇଥିଲା। ଏମିତିକି ଗୋଟିଏ କାର୍ ଉପରେ ମଧ୍ୟ ଟ୍ରକଟି ଓଲଟି ପଡ଼ିଥିଲା।। ଏହି କାର୍ରେ ଦମ୍ପତ୍ତିଙ୍କ ସହିତ ତାଙ୍କ ପୁଅ ମଧ୍ୟ ଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଆଉ ଗୋଟିଏ କାର୍ରେ ବସିଥିବା ୩ ଯାତ୍ରୀ ଆହତ ହୋଇଛନ୍ତି। ବାକି ୨ଟି କାର୍ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଛି। କିନ୍ତୁ ତୃତୀୟ କାର୍ଟି ସାମାନ୍ୟ ଧକ୍କା ହୋଇ ରଙ୍ଗ ସାଇଟ୍କୁ ଚାଲି ଯାଇଥିଲା।
Powered by Froala Editor