ଆସିଲାନି ଆମ୍ବୁଲାନ୍ସ, ବୁଲଡୋଜୋର ଡାଲାରେ ଡାକ୍ତରଖାନା ଗଲେ ରୋଗୀ
ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ସରକାର ଯେତେ ବ୍ୟବସ୍ଥା କରୁଛନ୍ତି ସେତେ ଅବ୍ୟବସ୍ଥା ବଢିଚାଲିଛି । ଏମିତି ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ । ଜଣେ ଯୁବକ ଦୁର୍ଘଟଣା ପରେ ରାସ୍ତାରେ ଛଟପଟ ହେଉଥିବାବେଳେ ଆମ୍ବୁଲାନ୍ସ ଆସିନଥିଲା । ତେବେ ବୁଲଡୋଜରରେ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପରେ ଜଣେ ଯୁବକଙ୍କ ଜୀବନ ବଞ୍ଚିଯାଇଛି ।
ମଧ୍ୟପ୍ରଦେଶର କାଟନି ଜିଲ୍ଲାର ବାରହା ଖାତାଉଲି ରାସ୍ତାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଆଉ ଏଥିରେ ଜଣେ ବାଇକ ଆରୋହୀ ଗୁରତର ଆହତ ହୋଇଥିଲେ । ଯୁବକଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । କିନ୍ତୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା। ଆଉ ଆହତ ଯୁବକଙ୍କ ଅବସ୍ଥା ବିଗିଡିବା ଦେଖି ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟ ତାଙ୍କୁ ଜେସିବିର ଡାଲାରେ ଭର୍ତ୍ତି କରି ଡାକ୍ତରଖାନା ନେଇଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Powered by Froala Editor