ଫରେଷ୍ଟର୍ ଯୋଗେନ୍ଦ୍ର ମାଝୀଙ୍କୁ ଗିରଫ କଲା ଭିଜିଲାନ୍ସ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ କର୍ଲାପାଟ ରେଞ୍ଜ୍ ଅଧିନ ଶଗଡା ସେକ୍ସନ ଫରେଷ୍ଟର୍ ଯୋଗେନ୍ଦ୍ର ମାଝୀଙ୍କୁ ସୋମବାର ରାତିରେ ଜୟପୁର ଭିଜିଲାନ୍ସ ଗିରଫ କରିଛି। ବିଳମ୍ବିତ ରାତିରେ ଯୋଗେନ୍ଦ୍ର ମାଝୀ ନିଜ ଗାଁକୁ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖି ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ଟଙ୍କା ଜବତ କରିଥିଲା। ଜବତ ଟଙ୍କା ସମ୍ପର୍କରେ ପଚାରାଉଚୁରା କରିବାରୁ ସଠିକ ଉତ୍ତର ନପାଇ ଫରେଷ୍ଟର ମାଝୀଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିଲା।
ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ, ନବରଙ୍ଗପୁର ଡିଏସପି କଳାବତୀ ବାଗ, କଳାହାଣ୍ଡି ଡିଏସପି ସଦାନନ୍ଦ ପାଣିଗ୍ରାହୀ ଓ ଇନ୍ସପେକ୍ଟର୍ ପ୍ରମିଳା ସୁନାନୀ, ଅଜିତ ପାଢି ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ । ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଥିବା କୁହାଯାଇଛି।
Powered by Froala Editor