ମୋଦୀଙ୍କ ଜନ୍ମ ଦିନ ହେବ ସ୍ମରଣୀୟ : ଭାରତ ଆସିବ ବିଲୁପ୍ତ ଘୋଷିତ ହୋଇଥିବା ଚିତା
ସେପ୍ଟେମ୍ୱର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ । ତେବେ ମୋଦୀଙ୍କ ଜନ୍ମଦିନ ସମସ୍ତଙ୍କ ପାଇଁ ସ୍ମରଣୀୟ ହେବାକୁ ଯାଉଛି । କାରଣ ୭୦ ବର୍ଷ ପରେ ଦେଶକୁ ଫେରିବେ ଚିତା । ୧୯୫୨ ମସିହାରେ ଦେଶରେ ବିଲୁପ୍ତ ଘୋଷିତ ହୋଇଥିବା ଚିତାକୁ କୁନୋ-ପାଲପୁର ରାଷ୍ଟ୍ରୀୟ ଉଦ୍ୟାନରେ ରଖାଯିବ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ୮ଟି ଚିତାକୁ ଛଡାଯିବ। ନାମିବ୍ୟାର ରାଜଧାନୀରୁ ଏହି ଚିତା ଗୁଡିକୁ ଅଣାଯିବ। ଏହି ଐତିହାସିକ ପଦକ୍ଷେପର ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ଏହାଦ୍ୱାରା ପରିବେଶର ସନ୍ତୁଳନକୁ ବଜାୟ ରଖିବାରେ ସହଜ ହେବ।
ସେପ୍ଟେମ୍ୱର ୧୬ରେ ୱିଣ୍ଡହାକରୁ ୮ଟି ଚିତା ଯେଉଁଥିରେ ୫ଟି ମାଇ ଏବଂ ତିନୋଟି ଅଣ୍ଡିରା ଚିତା ସାମିଲ ଅଛନ୍ତି ସଭିଙ୍କୁ ଚାର୍ଟାଡ୍ ବିମାନରେ ଅଣାଯିବ । ୧୭ ତାରିଖ ସକାଳରେ ଜୟପୁର ଏବଂ ସେଠାରୁ ହେଲିକପ୍ଟର ଜରିଆରେ କୁନୋ ନ୍ୟାସନାଲ ପାର୍କରେ ଛଡାଯିବ।
ଦେଶରେ ୧୯୪୭ ମସିହାରେ ଶେଷ ଥର ପାଇଁ ଚିତା ବାଘ ଦେଖିବାକୁ ମିଳିଥିଲା । ସେହି ସମୟରେ ମଧ୍ୟ ପ୍ରଦେଶର ଛତିଶଗଡରେ ଶେଷ ଚିତାର ମୃତ ଶରୀର ଉଦ୍ଧାର କରାଯାଇଥିଲା । ଏହାପରେ ୧୯୫୨ ମସିହାରେ ଏହି ବନ୍ୟଜନ୍ତୁକୁ ଦେଶରେ ବିଲୁପ୍ତ ଘୋଷଣା କରାଯାଇଥିଲା ।
Powered by Froala Editor