ପୋଲିଓର ନୂଆ ଭାଇରସ ଚିହ୍ନଟ ପରେ ଆତଙ୍କ, ନ୍ୟୁୟର୍କରେ ଏମରର୍ଜେନ୍ସି ଘୋଷଣା

ଆମେରିକାର ନ୍ୟୁୟର୍କରେ ଏମରର୍ଜେନ୍ସି ଘୋଷଣା କରାଯାଇଛି। ଏଠାରେ ପୋଲିଓର ନୂଆ ଭାଇରସ ଚିହ୍ନଟ ହେବା ପରେ ଆତଙ୍କ ଖେଳି ଯାଇଛି । ରିପୋର୍ଟ ଅନୁସାରେ, ନ୍ୟୁୟର୍କର ନସାଓ କାଉଣ୍ଟୀର ଏକ ନାଳର ପାଣିରେ ଏହି ପୋଲିଓ ଭାଇରାସ ଚିହ୍ନଟ ହୋଇଛି । ତେବେ ଏହି କୌଣସି ସଂକ୍ରମିତ ବ୍ୟକ୍ତଙ୍କ ଠାରୁ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ନ୍ୟୁୟର୍କର ଦୂଷିତ ପାଣିରେ ପୋଲିଓ ଭାଇରସ ଚିହ୍ନଟ ହେବା ପରେ ଷ୍ଟେଟ୍ ଏମରଜେନ୍ସି ଘୋଷଣା କରାଯାଇଛି ।
ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମାମଲା ପଞ୍ଜୀକୃତ ହୋଇଛି, କିନ୍ତୁ ଏହା ପ୍ରତି କାଜୁଆଲ୍ ମନୋଭାବ ଗ୍ରହଣ କରିବା ଠିକ୍ ହେବ ନାହିଁ । କାରଣ ଏକ ଦଶନ୍ଧି ମଧ୍ୟରେ ପୋଲିଓର ପ୍ରଥମ ମାମଲା ଦେଖିବାକୁ ମିଳିଛି । ୯ ବର୍ଷରେ ଏହା ପୋଲିଓର ପ୍ରଥମ ପଞ୍ଜୀକୃତ ମାମଲା ଥିଲା ।
ପୋଲିଓ ଜୀବାଣୁ ଏହି ରୋଗ ସାଂଘାତିକ ହୋଇପାରେ । ଯଦି ଏବେ ସାବଧାନତା ଅବଲମ୍ୱନ କରାନଯାଏ, ତେବେ ଆଗାମୀ ଦିନରେ ଏହା ମଧ୍ୟ ସମ୍ଭବ ଯେ ଲୋକମାନେ ମଧ୍ୟ ମରିପାରନ୍ତି । ପୋଲିଓ ଭାଇରସ ସାଧାରଣତଃ ପିଲାମାନଙ୍କୁ ପ୍ରଭାବିତ କରିଥାଏ । କେବଳ ଟିକା ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ।
ତେଣୁ ଟିକାକରଣକୁ ବ୍ୟାପକ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଏହାସହ ପୋଲିଓ ଭାଇରସର ନମୂନା ଏବଂ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ବୁଷ୍ଟର ଡୋଜ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor