ସରୋବର ଘାଟରୁ ମୃତ ଘଡିଆଳ କୁମ୍ଭୀର ଉଦ୍ଧାର
ସମ୍ବଲପୁର : ସମ୍ବଲପୁର ସହରର ରିଂ ରୋଡ୍ କଡ଼ ଅଯୋଧ୍ୟା ସରୋବର ଘାଟରୁ ମୃତ ଘଡିଆଳ କୁମ୍ଭୀର ଉଦ୍ଧାର। ଆଜି ସକାଳେ ସ୍ଥାନୀୟ ଲୋକେ ମହାନଦୀରେ ଗାଧୋଉଥିବା ବେଳେ ଏକ ଘଡିଆଳ କୁମ୍ଭୀର ମରି ଭାସୁଥିବା ଦେଖି ଉଦ୍ଧାର କରିଛନ୍ତି। ନଦୀରୁ କୁମ୍ଭୀର ଉଦ୍ଧାର ହେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ସୂଚନାନୁଯାୟୀ, ସୋମବାର ସକାଳେ ସମ୍ଵଲପୁର ରିଂରୋଡର ଅଯୋଧ୍ୟା ସରୋବର ଘାଟରେ ବଡବଜାର ଅଞ୍ଚଳର ଲୋକେ ଗାଧୋଉଥିବା ବେଳେ ଏକ କୁମ୍ଭୀର ଭାସୁଥିବା ଦେଖି ଡରିଯାଇଥିଲେ। ପରେ ଏହା ମରିଥିବା ଜାଣି ତାକୁ ଉଦ୍ଧାର କରିଛନ୍ତି। କୁମ୍ଭୀରଟିର ଲମ୍ବ ୬ ଫୁଟ ପାଖାପାଖି ହେବ ବୋଲି ଜଣାପଡ଼ିଛି। ତେବେ କୁମ୍ଭୀରର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବନ ବିଭାଗ ଏହାକୁ ଜବତ କରିଛି। ଏହାର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।
Powered by Froala Editor