୬ଷ୍ଠ ଥର ପାଇଁ ଏସିଆ କପ୍ ହାତେଇଲା ଶ୍ରୀଲଙ୍କା
ଏସିଆ କପ୍ ୨୦୨୨ରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନ୍ରେ ହରାଇ ଫାଇନାଲ୍ ମ୍ୟାଚରେ ବାଜି ମାରିଛି। ଭାନୁକା ରାଜପାକ୍ସେଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପ୍ରମୋଦ ମଦୁଶାନ୍ ଓ ୱାନିଣ୍ଡୁ ହସରଙ୍ଗାଙ୍କ ଚମତ୍କାର ବୋଲିଂ ବଳରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ରେ ପରାସ୍ତ କରି ଚାମ୍ପିୟନ ହୋଇଛି। ଏହା ସହିତ ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏସିଆ କପ୍ ଟ୍ରଫି ହାତେଇବାରେ ସଫଳ ହୋଇଛି।
ପାକିସ୍ତାନ ବିରୋଧରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬ଟି ୱିକେଟ୍ରେ ୧୭୦ ରନ୍ ସଂଗ୍ରହ କରିଥିଲା। ଏହାର ପ୍ରତି ଜବାବରେ ପାକିସ୍ତାନ ଟିମ୍ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୪୭ ରନ୍ କରିଥିଲା। ମହମ୍ମଦ ରିଜୱାନ୍ ପାକିସ୍ତାନ୍ ଟିମ୍ ପାଇଁ ସର୍ବାଧିକ ୫୧ ରନ୍ କରିଥିଲେ। ସେହିପରି ଶ୍ରୀଲଙ୍କା ପାଇଁ ପ୍ରମୋଦ ମଦୁଶନ୍ ୪ ୱିକେଟ୍ ହସରଙ୍ଗା ୩ ଓ ଚମିକା ୨ ୱିକେଟ୍ କରିଥିଲେ। ଶ୍ରୀଲଙ୍କା ଓ ପାକିସ୍ତାନର କ୍ରିକେଟ୍ ଟିମ୍ ଏସିଆ କପ୍ର ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲ୍ ମୁକାବିଲାରେ ମୁହାଁ ମୁହିଁ ହୋଇଥିଲେ। ଏହା ପୂର୍ବରୁ ଏହି ୨ ଟିମ୍ ଭିତରେ ତିନିଥର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଶ୍ରୀଲଙ୍କା ଦୁଇଥର ଓ ପାକିସ୍ତାନ ଥରେ ଜିତିଥିଲା।
Powered by Froala Editor