ମୁସେୱାଲା ହତ୍ୟା ଘଟଣା : ଷଷ୍ଠ ସୁଟର ଓ ୨ସହଯୋଗୀ ଗିରଫ

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାର ଶେଷ ଶୁଟରକୁ ପୁଲିସ୍ ଗିରଫ କରିଛି। ଫେରାର ଥିବା ଷଷ୍ଠ ସୁଟର ଦୀପକ ମୁଣ୍ଡିଙ୍କୁ ପଞ୍ଜାବ ପୁଲିସ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଅପରେସନ ସମୟରେ ତାଙ୍କର ଦୁଇ ସହଯୋଗୀ କପିଲ ପଣ୍ଡିତ ଏବଂ ରଜିନ୍ଦରଙ୍କୁ ମଧ୍ୟ ଗିରଫ କରାଯାଇଛି। ଦୀପକ ସୁଟରଙ୍କ ମଧ୍ୟରୁ ଜଣେ ଥିବା ବେଳେ କପିଲ ପଣ୍ଡିତ ଏବଂ ରଜିନ୍ଦର ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଅଭିଯୁକ୍ତଙ୍କୁ ଲୁଚାଇବା ସହିତ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଥିଲେ।
ମୁସେୱାଲାଙ୍କୁ ୬ ଜଣ ଶୁଟର ଅତ୍ୟନ୍ତ ନିକଟରୁ ଏକାଧିକ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ। ଦିଲ୍ଲୀ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ପଞ୍ଜାବ ପୁଲିସ୍ର ଏନକାଉଣ୍ଟରରେ ୨ ଜଣ ଶୁଟର ନିହତ ହୋଇଥିଲେ। ଏବେ ଶେଷ ତଥା ୬ନଂ ଶୁଟର ପୁଲିସ୍ ହାତରେ ଧରାପଡ଼ିଛି। ଏ ସମ୍ପର୍କରେ ପଞ୍ଜାବ ପୁଲିସ୍ ମହାନିର୍ଦ୍ଦେଶକ ଗୌରବ ଯାଦବ ସୂଚନା ଦେଇଛନ୍ତି।
ଟ୍ବିଟରେ ଡିଜିପି ଗୌରବ ଯାଦବ ଲେଖିଛନ୍ତି, ଗୁଇନ୍ଦା ଭିତ୍ତିକ ଅପରେସନର ଶେଷରେ ପଶ୍ଚିମବଙ୍ଗ – ନେପାଳ ସୀମାରେ ଏଜିଟିଏଫ ଦଳ ଦ୍ୱାରା ଦୀପକ, କପିଲ ପଣ୍ଡିତ ଏବଂ ରଜିନ୍ଦରଙ୍କୁ ଗିରଫ କରାଯାଇଛି।

Powered by Froala Editor