ପତଳା ଝିଅଙ୍କୁ ଷ୍ଟାଇଲିଶ୍ ଲୁକ୍ ଦେବ ଏହି ଟିପ୍ସ
ପତଳା ଝିଅ ସାଧାରଣତଃ ସବୁ ଡ୍ରେସରେ ଫିଟ ଆସନ୍ତି । କିନ୍ତୁ ନିଜର ଶରୀର ଅନୁଯାୟୀ ଯଦି ଆମେ ଡ୍ରେସ ପସନ୍ଦ କରନ୍ତି ତେବେ ଅଧିକ ସୁନ୍ଦର ଲାଗନ୍ତି । ସେଥିପାଇଁ ପତଳା ହୋଇଥିଲେ ଟିକିଏ ନିଜର ଡ୍ରେସିଙ୍ଗ ସେନ୍ସକୁ ଚେଞ୍ଜ କରିବା ଦ୍ୱାରା ଆପଣ ଆଟ୍ରାକଟିଭ ଲୁକ ପାଇ ପାରିବେ । ଆସନ୍ତୁ ଜାଣିବା ଏ ସମ୍ପର୍କରେ କିଛି...
- ବ୍ଲାକ ଟି’ ସାର୍ଟ ସହ ରାପିଂ ସ୍କର୍ଟ ଆପଣଙ୍କୁ ଭଲ ମାନିବ। ଏହା ଆପଣଙ୍କ ପର୍ସନାଲିଟିକୁ ବହୁତ ବୋଲ୍ଡ ଦେଖାଯିବାରେ ସାହାଯ୍ୟ କରିବ। ଆପଣ ଏହି ଆଉଟ୍ଫିଟ୍ ସହିତ ବ୍ଲାକ୍ ବୁଟ୍ ପିନ୍ଧିପାରିବେ, ଯାହା ଆପଣଙ୍କୁ ଅଧିକ ଷ୍ଟାଇଲିଶ୍ ଦେଖାଯିବାରେ ସାହାଯ୍ୟ କରିବ।
- ଯଦି ଆପଣଙ୍କୁ ରେଟ୍ରୋ ଲୁକ୍ ପସନ୍ଦ, ତେବେ ତାକୁ ଆପଣ ଆଉଟ୍ଫିଟ୍ରେ ସାମିଲ କରିପାରିବେ।
- ଆପଣଙ୍କ ଲୁକ୍କୁ ଅଧିକ ଷ୍ଟାଇଲିଶ୍ କରିବାକୁ ଚାହୁଁଛନ୍ତି କି, ତେବେ ଜିନ୍ସ ସହ ଆପଣ ଡେନିମ୍ ଜ୍ୟାକେଟ୍ କିମ୍ବା ଶ୍ରଗ୍କୁ ପେୟାର କରି ପିନ୍ଧିପାରିବେ।
- ଶାଢ଼ି ଯଦି ଆପଣଙ୍କୁ ପସନ୍ଦ, ତେବେ ହ୍ବାଇଟ୍ ଶାଢ଼ି ପିନ୍ଧିପାରିବେ। ଏହାକୁ ଆପଣ ଡେ’ ଆଣ୍ଡ ନାଇଟ୍ ଇଭେଣ୍ଟରେ ପିନ୍ଧିପାରିବେ।
- ବୋଲ୍ଡ ଲୁକ୍ ପାଇବାକୁ ହେଲେ ବୋଲ୍ଡ ପ୍ରିଣ୍ଟ ଡ୍ରେସ୍ ପିନ୍ଧନ୍ତୁ, ଯଦ୍ଦ୍ବାରା ଆପଣ ଫ୍ରେଶ୍ ଲୁକ୍ ପାଇପାରିବେ।
Powered by Froala Editor