ସ୍ୱର୍ଣ୍ଣ ମନ୍ଦିର ନିକଟରେ ହତ୍ୟା : ଗୁଟ୍ଖା ଖାଉଥିବା ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣିଦେଲେ ଦୁଇ ନିହଙ୍ଗ ଶିଖ୍

ପଞ୍ଜାବରେ ଥିବା ଅମୃତସରର ସ୍ବର୍ଣ୍ଣ ମନ୍ଦିର ନିକଟରେ ହତ୍ୟାକାଣ୍ଡ ଘଟିଛି। ବୁଧବାର ମନ୍ଦିର ନିକଟରେ ତମାଖୁ ସେବନ କରୁଥିବା ଜଣେ ବ୍ୟକ୍ତିଙ୍କୁ ୨ଜଣ ନିହଙ୍ଗ ଶିଖ୍ ଖଣ୍ଡାରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ଦୁଇଜଣ ନିହଙ୍ଗଙ୍କ ସହ ଏହି ଘଟଣାରେ ହୋଟେଲର ଜଣେ ୱେଟର ମଧ୍ୟ ଜଡିତ ଥିବା ସାମ୍ନାକୁ ଆସିଛି। ମହାନା ସିଂ ରୋଡରେ ଥିବା ଏକ ହୋଟେଲ ବାହାରେ ଏହି ବ୍ୟକ୍ତି ଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି।
ମୃତକଜଣକ ଚଟ୍ଟିବିଙ୍ଗ ଗାଁର ହରମନଜିତ ସିଂ ବୋଲି ଜଣାପଡ଼ିଛି। ସେ ମଦ ପିଇଥିବା ବେଳେ ଗୁଟକା ଚୋବାଇବାକୁ ଚାହୁଁଥିଲେ। ହେଲେ ଦୁଇ ନିହଙ୍ଗ ଶିଖ୍ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ନିହଙ୍ଗ ତାଙ୍କ ଛାତିରେ ଖଣ୍ଡା ଭୁସି ଦେଇଥିଲେ। ଘଟଣାରେ ସେଠାରେ ଉପସ୍ଥିତ ଥିବା ଲୋକେ କୌଣସି ସାହାଯ୍ୟ କରିନଥିଲେ କି ପୁଲିସକୁ ସୁଚନା ଦେଇ ନଥିଲେ। ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୂରା ଘଟଣା ସିସିଟିଭିରେ ଏକଦ ହୋଇଛି।
ପୁଲିସର ସୂଚନା ଅନୁସାରେ, ବ୍ୟକ୍ତି ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ଦୁଇ ନିହଙ୍ଗ ଖଣ୍ଡାଧରି ତାଙ୍କ ଉପରେ ଆକ୍ରମଣ କରିଥିଲେ। ବ୍ୟକ୍ତି ଜଣଙ୍କ ଜାଲିୱାନା ୱାଲାବାଗରେ ନିକଟରେ ଯାଉଥିବା ବେଳେ ନିହଙ୍ଗ ତାଙ୍କୁ ଖଣ୍ଡାରେ ହାଣି ସେଠାରୁ ଫେରାର୍ ହୋଇଯାଇଥିବା ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବ୍ୟକ୍ତିଙ୍କ ଛାତିରେ ଖଣ୍ଡା ଭୁସିବା ପରେ ରାତିସାରା ସେ ରାସ୍ତାରେ ପଡ଼ି ରହିଥିଲେ। ଶରୀରରୁ ରକ୍ତ ବୋହିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଆଜି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଅମୃତସର ପୁଲିସ କମିଶନର ଅରୁଣପାଲ ସିଂହ।
Powered by Froala Editor