ସେବା ସମ୍ମାନ ନେଇ ଦିଲ୍ଲୀରୁ ଫେରିଲେ ନବୀନ
ଭୁବନେଶ୍ଵର: ଜୀବନବ୍ୟାପୀ ସେବା ସମ୍ମାନ ନେଇ ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ଵର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵାଗତ ସମ୍ଵର୍ଦ୍ଧନା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସବୁ ନିର୍ବାଚନମଣ୍ଡଳୀରୁ ୫୦ ହଜାର କର୍ମୀ ଆସିଛନ୍ତି ।ନୃତ୍ୟ, ଗୀତ, ପାରମ୍ପରିକ ବାଦ୍ୟରେ କମ୍ପୁଛି ସାରା ପରିବେଶ। ବିମାନବନ୍ଦରରୁ ନବୀନ ନିବାସ ଯାଏଁ ଲୋକାରଣ୍ୟ ହୋଇପଡ଼ିଛି। ବିମାନ ବନ୍ଦରରେ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଅଛନ୍ତି। ପ୍ରିୟର ନେତାଙ୍କୁ ସ୍ଵାଗତ କରିବାକୁ ସମସ୍ତେ ଉତ୍ସାହିତ ଅଛନ୍ତି।
ତେବେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ଆସି ଗୋଲେଇ ଛକରେ ପହଞ୍ଚିବେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ସେଠାରେ ପ୍ରସ୍ତୁତ ମଞ୍ଚରେ ତାଙ୍କୁ ବିଶାଳ ସମ୍ବର୍ଦ୍ଧନା ଦିଆଯିବ । ମଞ୍ଚରୁ କର୍ମକର୍ତ୍ତା ଓ ରାଜ୍ୟବାସୀଙ୍କୁ ନବୀନ ଉଦବୋଧନ ଦେବା କାର୍ୟ୍ୟକ୍ରମ ରହିଛି । ସବୁ ବଡ଼ ନେତା ସେଠାରେ ଉପସ୍ଥିତ ରହିବେ । ଦଳର ସମସ୍ତ ବିଧାୟକ, ମନ୍ତ୍ରୀ ଓ ସାଂସଦ କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ । ଯୁବ, ଛାତ୍ର, ମହିଳା ସଂଗଠନ ପୂରା ଦମ ଲଗାଇ ଦେଇଛନ୍ତି କାର୍ୟ୍ୟକ୍ରମ ପାଇଁ । ଯୋଡ଼ି ଶଙ୍ଖରେ ବିମାନବନ୍ଦର କମ୍ପୁଛି । ନବୀନଙ୍କ ସ୍ୱାଗତରେ ପୁଷ୍ପ ବର୍ଷା ହେଉଛି। ବର୍ଷାକୁ ଖାତିର ନକରି ସମସ୍ତେ ପାରମ୍ପରିକ ବାଦ୍ୟ ଓ ନାଚଗୀତରେ ମସଗୁଲ୍ ଅଛନ୍ତି।
Powered by Froala Editor