ସ୍ତ୍ରୀଙ୍କ ଏପରି ଗୁଣ ଯୋଗୁ ଉଜୁଡ଼ି ଯାଏ ଘର
ସ୍ତ୍ରୀ ହେଉଛି ଘରର ଲକ୍ଷ୍ମୀ । ଗୋଟିଏ ସ୍ତ୍ରୀ ଚାହିଁଲେ ଘରଟିଏ ଗଢ଼ିଦେଇପାରେ ଓ ସେ ଚାହିଁଲେ ଘର ଉଜୁଡ଼ି ମଧ୍ୟ ଯାଇପାରେ । ଦୁଇଟି କୂଳର ହିତ ଚାହେଁ ବୋଲି ତାକୁ ଦୁହିତା ବୋଲି କୁହାଯାଏ । କିନ୍ତୁ କିଛି ସ୍ତ୍ରୀଙ୍କ ମଧ୍ୟରେ ଏପରି ଗୁଣ ଯାହା ଗୋଟିଏ ପରିବାରକୁ ବରବାଦ କରିଦିଏ । ତେବେ ବେଳ ଥାଉଣୁ ସାବଧାନ ହୋଇଯିବା ଦରକାର । ଆସନ୍ତୁ ଜାଣିବା ଏପରି କେଉଁ ଗୁଣ ଯୋଗୁଁ ଆମ ପରିବାର ହନ୍ତସନ୍ତ ହେବ ।
ଭାବିଚିନ୍ତି କାର୍ଯ୍ୟ ନ କରିବା:
ଅଧିକାଂଶ ମହିଳା କିଛି କରିବା ପୂର୍ବରୁ ଚିନ୍ତା କରନ୍ତି ନାହିଁ । ଆଜିକାଲି ସମୟରେ ମହିଳାମାନେ କିଛି ସ୍ତ୍ରୀ ସ୍ୱାର୍ଥ ପାଇଁ ନିଜ ମନ ମୁତାବକ କାମ କରିବାକୁ ପସନ୍ଦ କରିଥାନ୍ତି । ତାଙ୍କର କର୍ମ ଦ୍ୱାରା ଅନ୍ୟ ଉପରେ କି ପ୍ରଭାବ ପଡ଼ିବ ସେ ବିଷୟରେ ବିଲକୁଲ ଭାବି ନ ଥାନ୍ତି । ଏଣୁ ଉକ୍ତ କାମର କୁପରିଣାମ ତାଙ୍କୁ ହିଁ ଭୋଗିବାକୁ ପଡ଼ିଥାଏ । ଏଣୁ କିଛି ବି କାମ କରିବା ପୂର୍ବରୁ ତା ବିଷୟରେ ଭଲ ଭାବେ ଚିନ୍ତା କରିବା ଉଚିତ ।
ବାରମ୍ବାର ମିଛ କହିବା:
କିଛି ମହିଳା ନିଜ ପରିବାର ସଦସ୍ୟଙ୍କ ବିଷୟରେ ଚୁଗୁଲି କରିଥାନ୍ତି । ଛୋଟ ଛୋଟ କଥାରେ ମିଛ କହିଥାନ୍ତି । ଏଭଳି ମହିଳାଙ୍କୁ କେହି ବିଶ୍ୱାସ କରନ୍ତି ନାହିଁ । ଅନ୍ୟମାନଙ୍କ ନଜରରେ ସେମାନେ ସମ୍ମାନ ହରାଇଥାନ୍ତି । ଫଳରେ ସେମାନଙ୍କର ଖରାପ ସମୟ ଦେଇ ଗତି କରିଥାନ୍ତି ।
ବଡ଼ମାନଙ୍କ ସମ୍ମାନ ନ କରିବା:
ଯେଉଁ ମହିଳା ନିଜଠାରୁ ବଡ଼ ଲୋକଙ୍କୁ ସମ୍ମାନ ଦିଅନ୍ତି ନାହିଁ, ତାଙ୍କ ସହ ଝଗଡ଼ା କରିଥାନ୍ତି, ସେଭଳି ମହିଳା ଘରର ସୁଖଶାନ୍ତି ପାଇଁ ବିପଦ । ଏଭଳି ମହିଳାଙ୍କୁ ଘରକୁ ଆଣି କୌଣସି ଲୋକ ସୁଖି ରହି ପାରିବେ ନାହିଁ ।
କଥା କଥାରେ ଫୁଲେଇ ହେବା:
ଫୁଲେଇ ହେବା ମହିଳାଙ୍କ ସ୍ୱଭାବ । ହେଲେ କଥା କଥାରେ ନଖରା ଦେଖାଇବା ଠିକ ନୁହେଁ । ଏପରି କରିବା ଦ୍ୱାରା ଯେ କେହି ଖପ୍ପା ହୋଇପାରେ । ଏହାର କୁପରିଣାମ ପରବର୍ତ୍ତୀ ସମୟରେ ଭୋଗିବାକୁ ପଡେ ।
ଲୋଭୀ:
ସେହିପରି କିଛି ମହିଳା ବହୁତ ଲୋଭୀ ଥାନ୍ତି । ଏଣୁ ସେ ଧନ ପାଇଁ ସେ ଖରାପ କାମ କରିଥାନ୍ତି, ଆଗାମୀ ସମୟରେ ଅସୁବିଧାରେ ପକାଇଥାଏ । ଏଣୁ ଯଦି କୌଣସି ମହିଳାଙ୍କ ପାଖରେ ଏଭଳି ଖରାପ ଅଭ୍ୟାସ ଥାଏ ତାଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡ଼ିଥାଏ ।
ପୂଜା ପାଠ ନକରିବା:
ଯେଉଁ ଘରର ମହିଳା ପୂଜାପାଠ କରନ୍ତି ନାହିଁ, ସେଠାରେ ନକରାତ୍ମକ ଉର୍ଜାର ଶକ୍ତି ବଢ଼ିଥାଏ । ଏହାଦ୍ୱାରା ଘରର ସୁଖଶାନ୍ତି ଚାଲିଯାଇଥାଏ ।
Powered by Froala Editor