ଏହା ହେବ ବୋଲଗଡ଼ ରୋଡ ଷ୍ଟେସନର ନାମ
ଭୁବନେଶ୍ୱର: ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ମାଣିକଗୋଡ଼ା ଷ୍ଟେସନ ହେବ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ସମ୍ୱନ୍ଧରେ ରେଳ ମନ୍ତ୍ରଣାଳୟ ତରଫରୁ ଗୃହ ବିଭାଗକୁ ଅନାପତ୍ତି ପତ୍ର ପ୍ରଦାନ କରାଯାଇଛି। ଖୁବ ଶୀଘ୍ର ଏହାର ନାମ ପରିବର୍ତ୍ତନ ହୋଇ ମାଣିକଗୋଡ଼ା ଷ୍ଟେସନ ହେବ। ସେ ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀଙ୍କୁ ଏନେଇ ପତ୍ର ଲେଖି ଜଣାଇଛନ୍ତି।
ସୂଚନାଯୋଗ୍ୟ, ଅପରାଜିତା ଷଡ଼ଙ୍ଗୀ ବୋଲଗଡ଼ର ଜନସାଧାରଣଙ୍କ ଆଗ୍ରହ କ୍ରମେ ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ କରି ମାଣିକଗୋଡ଼ା ଷ୍ଟେସନ ରଖିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୂର୍ବରୁ ଚିଠି ଲେଖିଥିଲେ।
Powered by Froala Editor