ରକ୍ତ ରଞ୍ଜିତ ହେଲା ରାଜଧାନୀ ରାସ୍ତା, ଦୋକାନୀକୁ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ବର: ରକ୍ତ ରଞ୍ଜିତ ହେଲା ରାଜଧାନୀ ରାଜରାସ୍ତା । ଡିସିପି ଅଫିସ ସାମ୍ନାରେ ଚା' ଦୋକାନୀକୁ ହାଣିଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ବରରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମେଟ୍ରୋ ଟାୱାର କଡରେ ଥିବା ଏକ ଚା' ଦୋକାନୀକୁ କିଛି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ଡିସିପି ଅଫିସ ସମ୍ମୁଖରେ ଏହି ଜଘନ୍ୟ କାଣ୍ଡ ଘଟିଛି । ହତ୍ୟା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇ ଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି । ତେବେ ଏନେଇ ସହିଦ ନଗର ଥାନାଧିକାରୀ କୌଣସି ସୂଚନା ଦେଇନାହାନ୍ତି । କାହିଁକି ଏବଂ କେଉଁ କାରଣରୁ ଚା' ଦୋକାନୀଙ୍କୁ ଏପରି ହତ୍ୟା କରାଗଲା ତାହା ଜଣାପଡିନାହିଁ ।
Powered by Froala Editor