ବାବ୍ରି ମସଜିଦ ଭାଙ୍ଗିବା ଏବଂ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲା ବନ୍ଦ
ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାରେ ପୂର୍ଣ୍ଣଛେଦ ପଡିଛି । ଏନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି ମସଜିଦ ଭାଙ୍ଗିବା ଏବଂ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଆବେଦନକାରୀ ଅସଲମ ଭୁରେ ଆଉ ଏହି ଦୁନିଆରେ ନାହାଁନ୍ତି। ୨୦୧୯ରେ ହୋଇଥିବା ଫଇସଲା ଅନୁସାରେ ଏହି ପ୍ରସଙ୍ଗକୁ ଜାରି ରଖିବାର ଆଉ ଆବଶ୍ୟକ ନାହିଁ ।
ସେହିପରି ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ଓକିଲ ପ୍ରଶାନ୍ତ ଭୂଷଣ ଏବଂ ସାମ୍ବାଦିକ ତରୁଣ ତେଜପାଲଙ୍କ ବିରୋଧରେ ଅବମାନନା ମାମଲା ରୁଜୁ ହୋଇଥିଲା। ଏହି ପ୍ରସଙ୍ଗରେ ଉପୟ କ୍ଷମା ମାଗି ସାରିଛନ୍ତି। ତେଣୁ ଏହି ମାମଳାକୁ ବନ୍ଦ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଷୋଡଶ ଶତାବ୍ଦୀରେ ନିର୍ମିତ ଏହି ମସଜିଦ କର ସେବକଙ୍କ ଦ୍ୱାରା ଭାଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ଫୈଜାବାଦରେ ଦୁଇଟି ଏଫଆଇଆର୍ ପଞ୍ଜିକୃତ ହୋଇଥିଲା। ଭାଜପା ନେତା ଏଲ.କେ ଆଡଭାଣୀ, ଉମା ଭାରତୀଙ୍କ ସମେତ ଲକ୍ଷ ଲକ୍ଷ କର ସେବକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା॥ ସାରା ଦେଶରେ ଏନେଇ ହୋଇଥିବା ଦଙ୍ଗାରେ ଦୁଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।
Powered by Froala Editor