ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ : ମାଷ୍ଟରମାଇଣ୍ଡ ସଚିନ ବିଷ୍ଣୋଇ ଗିରଫ
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ମାମଲାର ମାଷ୍ଟରମାଇଣ୍ଡ ସଚିନ ବିଷ୍ଣୋଇ ଗିରଫ ହୋଇଛି । ଲରେନ୍ସ ବିଷ୍ଣୋଇର ସମ୍ପର୍କିୟ ସଚିନ ବିଷ୍ଣୋଇକୁ ଅଜରବୈଜାନରୁ ପୁଲିସ ଗିରଫ କରିଛି। ଏହି ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ଗୋଲ୍ଡି ବ୍ରାର। ସେ ଏବେ କାନାଡାରେ ଅଛି। ଗୋଲ୍ଡି ଲରେନ୍ସ ବିଷ୍ଣୋଇର ଘନିଷ୍ଠ ବନ୍ଧୁ। ଦୁହେଁ ନିଜ ବନ୍ଧୁ ବିକ୍କି ମୁଦ୍ଦେଖେଡା ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।
ସଚିନ ଲରେନ୍ସ ଗ୍ୟାଙ୍ଗକୁ ବାହାରୁ ଅପରେଟ୍ କରୁଥିଲା। ତା’ପାଖରୁ ଏକ ନକଲି ପାସ୍ପୋର୍ଟ ଜବତ ହୋଇଛି। ଏଥିରେ ତା’ର ପୂରା ନାଁ ରାଜ ଟୁଟେଜା ଲେଖାଅଛି। କେବଳ ସେତିକି ନୁହେଁ ପାସ୍ପୋର୍ଟରେ ତା’ ବାପାଙ୍କ ନକଲି ନାଁ ମଧ୍ୟ ଲେଖା ଅଛି।
ହତ୍ୟାକାଣ୍ଡର ପ୍ରାୟ ଏକ ମାସ ପୂର୍ବରୁ ସଚିନ ଏହି ନକଲି ପାସପୋର୍ଟ ମାଧ୍ୟମରେ ଦୁବାଇ ପଳାଇ ଯାଇଥିଲା। ସେଠାରୁ ଆଜେରବୈଜାନ ଯାଇଥିଲା। ଏହାପୂର୍ବରୁ ପୁଲିସ ଦାବି କରିଥିଲା ଯେ, ସଚିନ କହିବା ପରେ ହିଁ ତା’ ସାଙ୍ଗ ସନ୍ଦୀପ ଓରଫ କେକଡା ସିଦ୍ଧୁ ମୁସେୱାଲାଙ୍କ ରେକି କରିଥିଲା। ଘଟଣା ଦିନ ସେ ମୁସେୱାଲାଙ୍କ ଫ୍ୟାନ୍ ସାଜି ତାଙ୍କ ଘରକୁ ଯାଇଥିଲା। ଏହାପରେ କେକଡା ମୁସେୱାଲଙ୍କ ସହ ଘର ବାହାରେ ସେଲ୍ଫି ଉଠାଇଥିଲା। ମୁସେୱାଲାଙ୍କ ସମସ୍ତ ତଥ୍ୟ ସେ ହିଁ ଶୁଟର୍କୁ ଦେଇଥିଲା। ଏହାପରେ ଶୁଟର୍ମାନେ ମୁସେୱାଲଙ୍କୁ ଘେରି ଯାଇ ଆଖିବୁଜା ଗୁଳିମାଡ କରିଥିଲେ।

Powered by Froala Editor