ଡମ୍ପିଂୟାର୍ଡ ସମସ୍ୟା ନେଇ ଏହା କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଦାରୁଠେଙ୍ଗସ୍ଥିତ ଭୁଆସୁଣି ଡମ୍ପିଂୟାର୍ଡ ବିବାଦ ବଢିବାରେ ଲାଗିଛି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ପ୍ରତିକ୍ରିୟା ରଖିଛନ୍ତି । ଦିନକୁ ଦିନ ବିବାଦ ବଢିଚାଲିଥିବା ସମାଧାନ ପାଇଁ ଆଲୋଚନା ଚାଲିଥିବା ମନ୍ତ୍ରୀ କହିଛନ୍ତି । ମେୟର ଓ କମିଶନରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଗାଁର ସମସ୍ତ ଲୋକଙ୍କୁ ଏନେଇ ବୁଝା ଯାଉଛି । ଆଶା ରହିଛି ଏହି ବିବାଦ ଆଗକୁ ବଢିବନି । ୨ କିମ୍ବା ୩ଦିନ ମଧ୍ୟରେ ଏହାର ସମାଧାନ ହୋଇଯିବ ବୋଲି ମନ୍ତ୍ରୀ ଉଷା ଦେବୀ କହିଛନ୍ତି । ଏହି ସବୁର ବାୟୋ ମାଇନିଂ ପ୍ଲାଣ୍ଟ ଉପରେ ବିଚାର କରାଯାଉଛି ।
ସେପଟେ ଅଳିଆ ପକେଇବା ଘଟଣା ନେଇ ରବିବାର ଦାରୁଠେଙ୍ଗରେ ଗ୍ରାମସଭା ହୋଇଥିଲା । ଆବର୍ଜନା ପକାଇବା ପାଇଁ ବିଏମ୍ସିକୁ ଅନୁମତି ଦେବାର ପ୍ରସ୍ତାବକୁ ଗ୍ରାମବାସୀ ରୋକ୍ଠୋକ୍ ପ୍ରତ୍ୟାଖାନ କରିଥିଲେ । ବିଏମସିର ଏକ ଚିଠି ଦାରୁଠେଙ୍ଗ ସରପଞ୍ଚଙ୍କୁ ଦିଆଯାଇଥିଲା । ଯେଉଁଥିରେ ଉଲ୍ଲେଖ ରହିଛି ୨୦୦ ଟନ୍ କ୍ଷମତାର ଆବର୍ଜନା ପରିଚାଳନା କରିବା ଭଳି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପ୍ରତିଷ୍ଠା ହେବ । ୨୦୨୩ ଅଗଷ୍ଟ ଶେଷ ସୁଦ୍ଧା ଗୋଟିଏ, ୨୦୨୪ ଜାନୁଆରୀ ସୁଦ୍ଧା ଆଉ ଗୋଟିଏ ଏବଂ ୨୦୨୪ ଜୁଲାଇ ସୁଦ୍ଧା ଅନ୍ୟ ଏକ ମାଇକ୍ରୋ କମ୍ପୋଷ୍ଟିଂ ସେଂଟର ପ୍ରତିଷ୍ଠା କରାଯିବ ।
ସେହିଭଳି ଦୈନିକ ୫୦ ଟନ୍ ଆବର୍ଜନାରୁ ବାୟୋଗ୍ୟାସ୍ ପ୍ରସ୍ତୁସ୍ତ କଲା ଭଳି ପ୍ଲାଣ୍ଟ ପ୍ରତ୍ୟେକ ଜୋନରେ ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଛି । ତେଣୁ ଦାରୁଠେଙ୍ଗବାସୀ ଅତିକମରେ ଆଉ ବର୍ଷେ ସମୟ ଦେବାକୁ କୁହାଯାଇଛି । ବିଏମସି ଦେଇଥିବା ପ୍ରସ୍ତାବ ସରପଞ୍ଚ ଉପସ୍ଥାପନ କରିବା ପରେ ଲୋକେ ବିରୋଧ କରୁଛନ୍ତି । ବିଏମସି ଅନେକ ଥର ଏଭଳି ପ୍ରସ୍ତାବ ଦେଇ ତାହା ପୂରଣ କରୁନାହିଁ । ଆଉ ବିଏମସିକୁ ବିଶ୍ୱାସ କରାଯାଇ ପାରିବ ନାହିଁ ବୋଲି ଗ୍ରାମବାସୀ ଅଡି ବସିଛନ୍ତି ।
Powered by Froala Editor