ନିରାଶ୍ରୟଙ୍କୁ ଖାଦ୍ୟ ବଣ୍ଟନ
ଭୁବନେଶ୍ୱର - ରାଜ୍ୟରେ ଲକଡାଉନ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଦିନମଜୁରିଆ, ଭିକ୍ଷାବୃତି କରୁଥିବା ଲୋକ ଓ ନିରାଶ୍ରୟମାନେ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ କ୍ଷୁଧା ମେଣ୍ଟାଇବା ଉଦେ୍ଧଶ୍ୟରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଶ୍ରୀ ରାଜୀବ ପଟ୍ଟନାୟକ ସାହାଯ୍ୟର ହାତ ବଢ଼ାଇଛନ୍ତି । ଲକଡାଉନ ଆରମ୍ଭ ହେଲା ଦିନ ଠାରୁ ଆଜିକୁ ୮ଦିନ ହେବ ଶିଶୁଭବନ ଛକଠାରୁ ବାଣୀବିହାର, ରାଜମହଲ ଛକଠାରୁ ଏଜି ଛକ ଦେଇ ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଠାରୁ ପାୱାର ହାଉସ ଛକ ରାସ୍ତାରେ ଦିନମଜୁରିଆ ଓ ଭିକ୍ଷାବୃତି କରୁଥିବା ନିରାଶ୍ରୟ ଲୋକଙ୍କୁ ପ୍ରତ୍ୟେକ ଦିନ ଖାଦ୍ୟ ବଣ୍ଟନ କରାଯାଉଛି ।
ସେହିପରି ଆଜି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ସହଯୋଗିତାରେ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଖାଦ୍ୟ ବଂଟନ ପ୍ରକ୍ରିୟା ଜାରି ରହିଛି । ଶ୍ରୀ ଦାଶ ସୂଚନା ଦେଇ କହିଛନ୍ତି ରାଜୀବଙ୍କ ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ । ସରକାରୀ କୋଭିଡ ନିଦେ୍ର୍ଧଶାବଳୀ ଅନୁଯାୟୀ ଗ୍ଲୋବ୍ସ-ମାକ୍ସ ବ୍ୟବହାର, ସ୍ୱଚ୍ଛତା ଅବଲମ୍ବନ ସହ ସାମାଜିକ ଦୁରତା ରକ୍ଷାକରି ଖାଦ୍ୟ ବଂଟନ କରାଯାଉଛି । ରାଜୀବ ପଟ୍ଟନାୟକ ବ୍ୟକ୍ତିଗତ ଉଦ୍ୟମରେ ପ୍ରତିଦିନ ୪୦୦-୫୦୦ ଗରୀବ ଶ୍ରେଣୀୟ ଲୋକଙ୍କ କ୍ଷୁଧା ନିବାରଣ ହୋଇପାରୁଛି ।
ଏହି ଖାଦ୍ୟ ବଂଟନ ପ୍ରକ୍ରିୟାରେ ଅନ୍ୟମାନଙ୍କ ମଧ୍ୟରେ ମୋହନ ଜେନା, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଗୋପନ ମାର୍ଥା, ରୋହିତ ସାମଲ, ଅଭିନାଶ ମହାନ୍ତି, ଶୁଭ୍ରଜ୍ୟୋତି ଲେଙ୍କା, ସାଗର ପଟ୍ଟନାୟକ, ଯଜ୍ଞ ମହାନ୍ତି, ସଂଗ୍ରାମ ନାୟକ, କିଶୋର ଦାଶ, ଚିନ୍ମୟ ବଳିଆର ସିଂ, ବାଦଲ ମହାନ୍ତି, ଶିବ ପ୍ରସାଦ ସାହୁ, ମନୋରଞ୍ଜନ ପୃଷ୍ଟି, ବିକାଶ ମହାନ୍ତି ଏବଂ ଅନ୍ୟ ଯୁବ ବନ୍ଧୁ ମାନେ ସହଯୋଗ କରୁଛନ୍ତି ।
Powered by Froala Editor