ମହାନଦୀକୁ ଡେଇଁ ଯୁବକ ନିଖୋଜ

ଆଠଗଡ଼: ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିଚୟ ମିଳିପାରିନି। ଆଜି ସକାଳ ପ୍ରାୟ ୮ଟା ବେଳେ ଜଣେ ଯୁବକ ସ୍କୁଟିରେ ମୁଣ୍ଡଳି ବ୍ରିଜ ଉପରକୁ ଆସିଥିଲେ। ବ୍ରିଜ ଉପରେ ଗାଡ଼ିଟି ରଖିଦେଇ ହଠାତ୍ ସେ ପାଣିକୁ ଡେଇଁପଡ଼ିଥିଲେ। ପ୍ରତ୍ୟକ୍ଷଦର୍ଶୀ ଏହା ଦେଖି ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ହେଲେ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନି। ଏହାବାଦ ତାଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇପାରିନି। କ’ଣ ପାଇଁ ଯୁବକଜଣକ ଏପରି ଚରମ ପଦକ୍ଷେପ ନେଲେ ତାହା ପଛରେ କାରଣ କ’ଣ ରହିଛି ତାହା ସ୍ପଷ୍ଟ ହୋଇପାରିନି। ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମହାନଦୀରେ ବନ୍ୟା ପାଣି ଯୋଗୁ ସ୍ରୋତ ପ୍ରଖର ଥିବାରୁ ଖୋଜାଖୋଜି ବାଧାପ୍ରାପ୍ତ ହେଉଛି।
Powered by Froala Editor