ଦିଲ୍ଲୀକୁ ‘କୋଭାକ୍ସିନ୍’ ଦେବନି ‘ଭାରତ ବାୟୋଟେକ୍’
ଦିଲ୍ଲୀରେ ଟିକା ଅଭାବ । ତାସତ୍ତ୍ୱେ କୋଭାକ୍ସିନ ଯୋଗାଇବାକୁ ମନା କରିଦେଇଛି ଭାରତ ବାୟୋଟେକ୍। । ଏ ନେଇ ବୁଧବାର ସୂଚନା ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ।
ଉଭୟ ‘କୋଭାକ୍ସିନ୍’ ଓ ‘କୋଭିସିଲ୍ଡ୍’ରୁ ୬୭ ଲକ୍ଷ ଲେଖାଏଁ, ସମୁଦାୟ ୧.୩୪ କୋଟି ଡୋଜ୍ ଟିକା ପାଇଁ ଦିଲ୍ଲୀ ଅନୁରୋଧ କରିଥିଲା। କିନ୍ତୁ, ସରକାରୀ ଅଧିକାରୀମାନଙ୍କ ନିର୍ଦେଶ ମତେ ଟିକା ପଠାଯାଉଥିବା କହି ଏତେ ପରିମାଣର ଟିକା ଯୋଗାଇବାକୁ ଅସମର୍ଥ ବୋଲି ‘ଭାରତ ବାୟୋଟେକ୍’ ଦିଲ୍ଲୀ ସରକାରଙ୍କୁ ସୂଚନା ଦେଇଛି।
ସିସୋଦିଆ ଆହୁରି ମଧ୍ୟ କହିଛନ୍ତି, ଆମର ରିଜର୍ଭ ଥିବା ଷ୍ଟକ୍ ସରିଗଲାଣି। ‘କୋଭିସିଲ୍ଡ୍’ ଦିଆଯାଉଥିବା କେନ୍ଦ୍ର ସବୁ ଖୋଲା ଅଛି କିନ୍ତୁ, ‘କୋଭାକ୍ସିନ୍’ ଦିଆଯାଉଥିବା କେନ୍ଦ୍ର ସବୁ ବନ୍ଦ କରିଦେବୁ। ୧୭ଟି ସ୍କୁଲ୍ରେ ଥିବା ୧୦୦ଟି ଟିକାଦାନ କେନ୍ଦ୍ର ବନ୍ଦ କରାଇବାକୁ ପଡ଼ିବ।
ଏଥିନେଇ ଟିକା ପ୍ରସ୍ତୁତିକାରୀ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଟିକା ଅଭାବରୁ ଦିଲ୍ଲୀରେ ଶହ ଶହ ଟିକାକରଣ କେନ୍ଦ୍ର ବନ୍ଦ କରାଯାଇଥିବା ସିସୋଦିଆ କହିଛନ୍ତି। ଟିକାର ସମସ୍ତ ରପ୍ତାନିକୁ ବନ୍ଦ କରି କମ୍ପାନୀକୁ ଅଧିକ ମାତ୍ରାରେ ଟିକା ଉତ୍ପାଦନ ପାଇଁ ଅନୁମତି ଦେବାକୁ କେନ୍ଦ୍ର ନିକଟରେ ଦିଲ୍ଲୀ ସରକାର ଅନୁରୋଧ କରିଛନ୍ତି।
Powered by Froala Editor