ମେ’ ୩୧ ଯାଏ ବଢ଼ିଲା ମହାରାଷ୍ଟ୍ର ଲକ୍ଡାଉନ୍

ପୁଣି ଲକଡାଉନ୍ ବଢ଼ାଇଲେ ମହାରାଷ୍ଟ୍ର ସରକାର । ମେ ୩୧ ଯାଏ ମହରାଷ୍ଟ୍ରରେ ଲକଡାଉନ୍ ବଳବତ୍ତର ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ । ବୁଧବାର କ୍ୟାବିନେଟ୍ ବୈଠକରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଓ ମନ୍ତ୍ରୀ ପରିଷଦ ଲକ୍ଡାଉନ୍ ବଢାଇବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।
ଅନ୍ୟପଟେ ଆଶ୍ଵସ୍ତିକର ଖବର ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮ ହଜାର ୮୦୫ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ସୁସ୍ଥହାର ୮୮.୦୧ ପ୍ରତିଶତରେ ପହଞ୍ଚିଛି। ତେବେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ପୁଣି ଥରେ ସଭିଙ୍କ ଚିନ୍ତା ବଢାଇଛି। ସେହିପରି ୨୪ ଘଣ୍ଟାରେ ୮୧୬ ରୋଗୀଙ୍କ ମୃତ୍ୟୁ ଘଟିଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨, ୨୬, ୭୧୦କୁ ବୃଦ୍ଧି ଘଟିଥିବା ବେଳେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮ ହଜାର ଟପିଛି।
ଏହାସହ ମହାରାଷ୍ଟ୍ରରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇ ପାରିନାହିଁ । ସେଥିରେ ଏବେ ରୋକ୍ ଲଗାଇ ଦିଆଯାଇଛି । ମେ ୨୦ ସୁଦ୍ଧା ସେରମ୍ କୋଭିସିଲ୍ଡ ଭ୍ୟାକ୍ସିନ୍ ଯୋଗାଇ ବୋଲି ଜଣାଇଛି । ଟିକା ମିଳିବା ପରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ।
Powered by Froala Editor