ଅଦା ଚା ପିଉଥିଲେ, ସାବଧାନ ରୁହନ୍ତୁ
କରୋନାରୁ ରକ୍ଷା ପାଇବା ପାଇଁ ଏବଂ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଆପଣ ଚା ପିଇବା ସମୟରେ ଅଦାର ଅଧିକ ବ୍ୟବହାର କରୁଛନ୍ତି। ଅଦା ଚାର ସ୍ୱାଦକୁ ବଢ଼ାଇବା ସହ ଏଥିରେ ଥିବା ଔଷଧୀୟ ଗୁଣ ଶରୀରରୁ ଟକ୍ସିନ୍ ବାହାର କରିଥାଏ। ଏପରିକି ଶୀତଦିନେ ମଧ୍ୟ ଅଧିକାଂଶ ଲୋକ ଅଦା ଚା ପିଇବାକୁ ପସନ୍ଦ କରିଥା’ନ୍ତି। ତେବେ ଅଧିକ ଅଦା ଚା ପିଉଥିଲେ, ସାବଧାନ ରୁହନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ତା’ହେଲେ ଆସନ୍ତୁ ଜାଣିବା ଅଧିକ ଅଦା ଚା ପିଇଲେ ଶରୀରକୁ କେଉଁସବୁ କ୍ଷତି ପହଞ୍ଚିଥାଏ।
୧. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଅଦା ପାକସ୍ଥଳୀରେ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଫଳରେ ପେଟ ଜଳାପୋଡ଼ା କରିବା ସହ ଡାଇରିଆ ହେବାର ଆଶଙ୍କା ରହିଛି।
୨. ଜଣେ ଗର୍ଭବତୀ ପ୍ରତିଦିନ ଆବଶ୍ୟକତାରୁ ଅଧିକ ଅଦା ଖାଇଲେ, ଗର୍ଭପାତ ହେବାର ଆଶଙ୍କା ରହିଛି। ଏଥିପାଇଁ ଗର୍ଭବତୀ ମହିଳା ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଅଦା ଖାଆନ୍ତୁ।
୩. ଅଦାରେ ଥିବା କ୍ଷତିକାରକ ଜିଞ୍ଜୋରୋଲସ୍ ପେଟରେ ଅଧିକ ଏସିଡ୍ ତିଆରି କରିଥାଏ। ପେଟରେ ଅଧିକ ଏସିଡ୍ ତିଆରି ହେଲେ ଏହାକୁ ଏସିଡ୍ ରିଫ୍ଲେକ୍ସ ବୋଲି କୁହାଯାଏ। ଏଥିଯୋଗୁ ପେଟ ଜଳାପୋଡ଼ା କରିଥାଏ।
୪. ଅଦା ହାଇବ୍ଲଡ୍ ପ୍ରେସରକୁ କମ୍ କରିଥାଏ। ତେଣୁ ହାଇ ବ୍ଲଡ୍ ପ୍ରେସର ରୋଗୀ ଅଦା ଚା ପିଇଲେ ଭଲ। କିନ୍ତୁ ଯେଉଁମାନଙ୍କର ଲୋ ବ୍ଲଡ୍ ପ୍ରେସର ସମସ୍ୟା ରହିଛି। ସେମାନେ ଅଦା ଖାଇଲେ ମୁଣ୍ଡ ବୁଲାଇବା ଏବଂ ଦୁର୍ବଳ ଲାଗିବା ପରି ସମସ୍ୟା ଉପୁଜିପାରେ। ତେଣୁ ସେମାନେ ଅଦା ଖାଇବାଠାରୁ ଦୂରେଇ ରହିଲେ ଭଲ।
୫. ସେହିପରି ଯଦି ଆପଣ ଲମ୍ୱା ସମୟ ଧରି କେଶ ଉପୁଡ଼ିବା ଓ ଚନ୍ଦାପଣ ସମସ୍ୟାରେ ରହିଛନ୍ତି, ତେବେ ଅଦା ଚାହା ପିଅନ୍ତୁ ନାହିଁ। କାରଣ ଅଦାରେ ଥିବା ଜିଞ୍ଜୋରୋଲସ୍ କେଶକୁ ବୃଦ୍ଧି ହେବାକୁ ଦେଇନଥାଏ।
Powered by Froala Editor