ପୁଲିଜର ପୁରସ୍କାର ପାଇବେ ଫହମିଦା ଅଜିମ୍
୨୦୨୨ ପୁଲିଜର ପୁରସ୍କାର ପାଇଁ ବାଂଲାଦେଶରେ ଜନ୍ମିତ ଫାହମିଦା ଅଜିମ ମନୋନୀତ ହୋଇଛନ୍ତି। ଅନ୍ଲାଇନ୍ ମାଗାଜିନ୍ ଇନ୍ସାଇଡର ପାଇଁ କାର୍ଯ୍ୟରତ ଏହି ମହିଳା ଖବରଦାତାଙ୍କୁ ବିସ୍ତୃତ ରିପୋର୍ଟିଂ ଓ କମେଣ୍ଟ୍ରି ବର୍ଗରେ ୨୦୨୨ ପୁଲିଜର ପୁରସ୍କାର ଦିଆଯିବା ନେଇ ମଙ୍ଗଳବାର ଘୋଷଣା କରାଯାଇଛି। ସେ ଆମେରିକାର ଇନ୍ସାଇଡର୍ ଅନ୍ଲାଇନ୍ ପତ୍ରିକା ପାଇଁ କାର୍ଯ୍ୟ କରୁଛନ୍ତି। ଚାଇନାରେ ସଂଖ୍ୟାଲଘୁ ଉଇଗର ସମ୍ପ୍ରଦାୟ ଉପରେ ହେଉଥିବା ବର୍ବରତାକୁ ଲୋକଲୋଚନକୁ ଆଣିଥିବା ୪ ଖବରଦାତାଙ୍କ ମଧ୍ୟରୁ ଆମେରିକାରେ ରହୁଥିବା ଫହମିଦା ଅନ୍ୟତମ।
ତାଙ୍କୁ ମିଶାଇ ୪ ଜଣ ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଅନ୍ୟ ସାମ୍ବାଦିକମାନେ ହେଲେ ଆନ୍ଥୋନୀ ଡେଲ୍ କୋଲ୍, ଜୋସ୍ ଆଦାମ୍ସ ଓ ୱାଲଟ୍ ହିକି।
Powered by Froala Editor