ନବୀନଙ୍କ ସହ କଥା ହେଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ରାଜ୍ୟର କରୋନା ପରିସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ରାଜ୍ୟରେ କରୋନା ସ୍ଥିତି ଓ ପରିଚାଳନା ନେଇ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ଏହି ଅବସରରେ ଆଗାମୀ ୧୫ ଦିନ ରାଜ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଧର୍ମେନ୍ଦ୍ର କହିଛନ୍ତି । କୋଭିଡ ପରିଚାଳନାରେ ସିଭିଲ ସୋସାଇଟିକୁ ସାମିଲ ପାଇଁ ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି । ଏହାଛଡ଼ା ସବୁ ରାଜନୈତିକ ଦଳର ସଦସ୍ୟମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ମଧ୍ୟ କହିଛନ୍ତି । ଗାଁ ଓ ପୌରାଞ୍ଚଳରେ କ୍ରାଇସିସି ମ୍ୟାନେଜମେଣ୍ଟ କମିଟି ଗଠନ ପାଇଁ ଧର୍ମେନ୍ଦ୍ର କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଟିକା ଯୋଗାଣ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି । ତେବେ ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଥା ହୋଇଛି ଓ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମୁଁ ଜଣାଇଥିବା ଧର୍ମେନ୍ଦ୍ର କହିଛନ୍ତି ।
Powered by Froala Editor