‘୨ୟ ଡୋଜ ଡେରି ହେଲେ ଅସୁବିଧା ନାହିଁ’
ନୂଆଦିଲ୍ଲୀ: କରୋନା ଟିକାର ଦ୍ୱିତୀୟ ଡୋଜ ଧାର୍ଯ୍ୟ ସମୟ ଠାରୁ ବିଳମ୍ବ ହେଲେ କୌଣସି ଅସୁବିଧା ନାହିଁ । ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ଟିକା ନେଲେ ଅସୁବିଧା ନାହିଁ ବୋଲି ଟିକା ପରବର୍ତ୍ତୀ ବିଲକ୍ଷଣ କମିଟି ସଦସ୍ୟ ଡା.ଏନ.କେ ଆରୋରା କହିଛନ୍ତି ।
ସେ କହିଛନ୍ତି ଯେ, ନିର୍ଦ୍ଧାରିତ ୬ରୁ ୮ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ ନେଇ ନହେଲେ ଅସୁବିଧା ନାହିଁ । ଡେରି ହେଲେ ବି ଦ୍ୱିତୀୟ ଡୋଜ ନେଇ ହେବ । ଟିକା ଉଚିତ କାମ ଦେବ । ଏମିତିକି ପ୍ରଥମ ଡୋଜର ୮ରୁ ୧୦ ସପ୍ତାହ ପରେ ଦ୍ୱିତୀୟ ଡୋଜ ନେଇ ହେବ । ଡେରିରେ ୨ୟ ଡୋଜ ନେଇଥିଲେ ପୁଣି ପ୍ରଥମ ଡୋଜ ନେବାକୁ ପଡ଼ିବ ନାହିଁ ବୋଲି ଟିକା ପରବର୍ତ୍ତୀ ବିଲକ୍ଷଣ କମିଟି ସଦସ୍ୟ ଡା.ଏନ.କେ ଆରୋରା କହିଛନ୍ତି ।
ପ୍ରକାଶ ଯେ, ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଏବେ ଟିକାକରଣ କାର୍ଯ୍ୟ ଜୋରଦାର ଚାଲିଛି । ତେବେ ଏହାରି ଭିତରେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ ସମ୍ପର୍କରେ ନିୟମ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିୟମ ପରିବର୍ତ୍ତନ କରାଯାଇଛି । ପ୍ରଥମେ ପ୍ରଥମ ଡୋଜ ନେବାର ୨୮ ଦିନ ଅର୍ଥାତ ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ ଦିଆଯାଉଥିଲା । କିନ୍ତୁ ଏବେ ୪ ସପ୍ତାହ ନୁହେଁ, ୬ସପ୍ତାହ ପରେ କୋଭିସିଲ୍ଡ ଦ୍ୱିତୀୟ ଡୋଜ ଦିଆଯିବ । ପ୍ରଥମ ଡୋଜର ୪୨ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ ନିଆଯାଇପାରିବ । ପଞ୍ଜୀକରଣ ପାଇଁ କୋୱିନ ଆପରେ ମଧ୍ୟ ବ୍ୟବସ୍ଥାବ ଦଳିଥିବା ସୂଚନା ମିଳିଛି । ପ୍ରଥମ ଡୋଜ ନେବାର ୪ରୁ ୬ ସପ୍ତାହ ମଧ୍ୟରେ ଆସିଲେ ଦ୍ୱିତୀୟ ଡୋଜ ମିଳିବ ନାହିଁ । ଏନେଇ ଟିକାକରଣରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜଣାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor