ସୌମ୍ୟଙ୍କୁ ରାତି ୧ଟା ୩୦ରେ ଶେଷ କଲ୍ କରିଥିଲେ ଶ୍ୱେତା
ଭୁବନେଶ୍ୱର: ସଫ୍ଟୱେର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାରେ ଦିନକୁ ଦିନ ବିସ୍ଫୋରକ ତଥ୍ୟ ପଦାକୁ ଆସୁଛି । ଏବେ ପୁଲିସ୍ ଜାଣିବାକୁ ପାଇଛି ଶ୍ୱେତା ଓ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ମୃତ୍ୟୁ ପୂର୍ବରୁ ୧୫ କଲ୍ କରିଥିଲେ। ଆଉ ଏହା ଥିଲା ଶ୍ୱେତାଙ୍କ ଶେଷ କଲା।
ସୂଚନା ମୁତାବିକ, ସପ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାରେ ଚନ୍ଦ୍ରଶେଖରପୁର ପୋଲିସ ହାତରେ ଶ୍ଵେତାଙ୍କ ସିଡିଆର୍ ରିପୋର୍ଟ ଲାଗିଛି। ଏହି ରିପୋର୍ଟ ମୁତାବିକ, ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ଶ୍ୱେତା ସୌମ୍ୟଜିତ୍ଙ୍କୁ ୧୫ ଥର କଲ୍ କରିଥିଲେ। ଶ୍ୱେତା ରାତି ୧ଟା ୩୦ରେ ଶେଷ କଲ୍ ସୌମ୍ୟଙ୍କୁ କରିଥିଲେ। କିନ୍ତୁ ପୂର୍ବ ଝଗଡ଼ା କାରଣରୁ ସୌମ୍ୟଜିତ୍ କଲ୍ ଉଠାଇନଥିଲେ। ଏହା ପରେ ଶ୍ୱେତା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଅନ୍ୟପଟେ ଶ୍ୱେତାଙ୍କ ପୁରୁଷ ବନ୍ଧୁ ବା ବୟଫ୍ରେଣ୍ଡ ସୌମ୍ୟଜିତ ନାଁରେ ଦଫା ୩୦୬ ଲାଗିଛି । ଆତ୍ମହତ୍ୟ କରିବାକୁ ବାଧ୍ୟ କରିବା ନେଇ ପୁଲିସ ସୌମ୍ୟଜିତ ବିରୋଧରେ ଏହି ଦଫା ଲଗାଇଛି । ଶ୍ୱେତାଙ୍କ ବାପାଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ ସହ ୩୦୬ ଦଫା ଲଗାଇ ନୋଟିସ କରିଛି । ସୌମ୍ୟଜିତ ମହାପାତ୍ରକୁ ପଚରାଉଚରା କରିବ ଚନ୍ଦ୍ରଶେଖରପୁର ପୋଲିସ । ସେହିପରି ଅନ୍ୟପଟେ ଶ୍ୱେତାଙ୍କ ମୃତ୍ୟୁ ପରଠାରୁ ସୌମ୍ୟଜିତଙ୍କ ବିଷୟ କିଛି ସଠିକ୍ ସୂଚନା ମିଳିନାହିଁ । ହୁଏତ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । ଏସବୁ ଭିତରେ ଏକ ସିସିଟିଭି ଫୁଟେଜ୍ ଭାଇରାଲ ହେଉଛି । ତେବେ ଏହା କେତେ ଦୂର ସତ । ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ।
Powered by Froala Editor