ସ୍କୁଲ ଫି’କୁ ନେଇ ଉତ୍ତେଜନା, କୁନି କୁନି ପିଲାଙ୍କୁ କୋଠରୀରେ ୫ ଘଣ୍ଟା ବନ୍ଦ
ଭୁବନେଶ୍ୱର: ସ୍କୁଲ ଫି’କୁ ନେଇ ଉତ୍ତେଜନା । ସଠିକ୍ ସମୟରେ ପିଲାମାନେ ସ୍କୁଲ ଫି ଦେଇନଥିବା ଅଭିଯୋଗ । ଆଉ ଏହି ଅଭିଯାଗ କରି ସ୍କୁଲ କର୍ତ୍ତୃପକ୍ଷ କୁନି କୁନି ପିଲାଙ୍କୁ କୋଠରୀରେ ୫ ଘଣ୍ଟା ଯାଏ ବନ୍ଦ କରିଦେଲେ । ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଥିବା ଆପିଜେ ସ୍କୁଲରେ ଘଟିଛି ଏହି ଘଟଣା ।
ଏହି ଘଟଣାର ପ୍ରତିବାଦ କରି ଅଭିଭାବକମାନେ ଧାରଣା ଦେଇଛନ୍ତି । ସ୍କୁଲ ଆଡମିନ୍ ହେଡଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । କେବଳ ସେତିକି ନୁହେଁ, ମାନବାଧିକାର ଓ ଶିଶୁ ସୁରକ୍ଷା ଆୟୋଗଙ୍କ ନିକଟରେ ଅଭିଭାବକମାନେ ଫେରାଦ ହୋଇଛନ୍ତି ।
Powered by Froala Editor