ମାଲବାହୀ ଟ୍ରେନ୍ର ୫ଟି ବଗି ଲାଇନଚ୍ୟୁତ

ରାତି ପ୍ରାୟ ସାଢ଼େ ୮ଟାରେ ଭୁବନେଶ୍ୱର ଷ୍ଟେସନ ପାଖରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍ ୫ଟି ବଗି ଲାଇନଚ୍ୟୁତ ହୋଇଛି। ୨ଟି ଲାଇନ ବ୍ଲକ ହୋଇଥିବା ଯୋଗୁଁ ଟ୍ରେନ ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଲାଇନଚ୍ୟୁତର କାରଣ ଜଣାପଡ଼ି ନାହିଁ।
ପ୍ରାୟ ୧୦ଟି ଟ୍ରେନ୍ର ଯାତ୍ରା ବିଳମ୍ବିତ ହୋଇଥିବା ଜଣାପଡ଼ିଛି। ମଞ୍ଚେଶ୍ୱର ଷ୍ଟେସନ୍ରେ ଅଟକି ରହିଛି ରାଜଧାନୀ ଏକ୍ସପ୍ରେସ୍। ହୀରାଖଣ୍ଡ, ଜନ ଶତାଦ୍ଦୀ, ପୁରୀ-ଦୁର୍ଗ, ତପସ୍ୱିନୀ ବିଳମ୍ବିତ ହେଉଛି। ପୁରୀ-ଗାନ୍ଧିଧାମ ଓ ପୁରୀ-ହାୱାଡା ମଧ୍ୟ ଅଟକି ରହିଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।
ଟ୍ରେନଟି ସିମେଣ୍ଟ ବୋଝେଇ କରି ଚକ୍ରଧରପୁର ଡିଭିଜନରୁ ବିଜୟାନଗରମ ଅଭିମୁଖେ ଭୁବନେଶ୍ବର ଓ କଟକ ଦେଇ ଯାତ୍ରା କରୁଥିବାବେଳେ ଲାଇନଚ୍ୟୁତ ହୋଇଥିଲା।
Powered by Froala Editor