ଜୁନିଅର ଏନଟିଆରଙ୍କୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ, ରାଜନୀତିରେ ମିଶିବେ ବୋଲି ଚର୍ଚ୍ଚା
ନିକଟରେ ଗୃହମନ୍ତ୍ରୀ ଅମିତ ଶାହା ହାଇଦ୍ରାବାଦରେ ତେଲୁଗୁ ଅଭିନେତା ଜୁନିଅର ଏନଟିଆରଙ୍କୁ ଭେଟିଥିଲେ। ଯାହା ପରେ ଲୋକମାନେ ନା ନା ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ କରିଛନ୍ତି। ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରି ଲୋକମାନେ ଅଭିନେତାଙ୍କ ରାଜନୀତିରେ ପ୍ରବେଶକୁ ଅନୁମାନ କରୁଛନ୍ତି। ଉଭୟଙ୍କ ଭେଟଘାଟକୁ ନେଇ ଉଭୟ ଆନ୍ଧ୍ର ଏବଂ ତେଲେଙ୍ଗା ରାଜନୀତରେ କମ୍ପନ ସୃଷ୍ଟି ହୋଇଛି।
ସବୁଠାରୁ ବଡ଼ କଥା ହେଉଛି ଏହି ସରପ୍ରାଇଜ୍ ଭେଟଘାଟ ସମ୍ପର୍କରେ ସ୍ଥାନୀୟ ବିଜେପି ପାଖରେ ସୂଚନା ନଥିଲା। ୨୦୦୯ ନିର୍ବାଚନରେ ଟିଡିପି ପାଇଁ ସାରା ଆନ୍ଧ୍ରପ୍ରଦେଶ ସକ୍ରିୟ ପ୍ରଚାର କରିଥିଲେ ଜୁନିଅର ଏନଟିଆର। ସେବେଠାରୁ ଟିଡିପି ପ୍ରତିଷ୍ଠାତା ସ୍ୱର୍ଗତ ଏନଟି ରାମାରାଓଙ୍କ ନାତି ଜୁନିଅର ଏନଟିଆର ନିଜକୁ ବର୍ତ୍ତମାନ ସୁଧା ରାଜନୀତିରୁ ଦୂରେଇ ରଖିଛନ୍ତି। ଏବେ ଶାହ ଆସି ତାଙ୍କୁ ଭେଟିବା ପରେ ରାଜନୈତିକ ପାଣିପାଗ ହଲଚଲ ହୋଇଛି।
ଜୁନିଅର ଏନଟିଆର ବିଜେପିରେ ଯୋଗ ଦେବା ନେଇ କୌଣସି ସିଧାସଳଖ ଜବାବ ଦେଇ ନଥିଲା ବେଳେ ଆଗାମୀ ଦିନରେ ମିଶିବା ନେଇ ଇଶାରା ଦେଇଛନ୍ତି ଗୃହମନ୍ତ୍ରୀ। ସେ ଟ୍ୱିଟରରେ ଅଭିନେତାଙ୍କ ସହ ତାଙ୍କର ଫଟୋ ସେୟାର କରିଛନ୍ତି। ଫଟୋ ଗୁଡିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ରାଜମୌଲିଙ୍କ ଦ୍ଵାରା ନିର୍ଦ୍ଦେଶିତ ‘RRR’ ସିନେମାରେ ଜୁନିଅର ଏନଟିଆରଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।

Powered by Froala Editor