ଘୁଞ୍ଚିଲା ଏଏସଓ ପରୀକ୍ଷା
ଭୁବନେଶ୍ୱର : ଏଏସଓ ପରୀକ୍ଷାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସାରା ରାଜ୍ୟରେ ବନ୍ୟାସ୍ଥିତି ସୃଷ୍ଟି ହୋଇଥିବାରୁ ଜନଜୀବନ ଠପ ହୋଇଯାଇଛି । ଏହାକୁ ଆଖି ଆଗରେ ରଖି ଆସନ୍ତା ରବିବାର ଦିନ ହେବାକୁ ଥିବା ଏଏସଓ ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଛି । ତେବେ ପରୀକ୍ଷା କେବେ ହେବ ସେନେଇ କିଛି ଘୋଷଣା କରାଯାଇନାହିଁ । ବନ୍ୟା ସ୍ଥିତି ଟଳିବା ପରେ ସ୍ଥିତି ଦେଖି ପରୀକ୍ଷା ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବବୋଲି ଜାଣିବାକୁ ମିଳିଛି ।
ପରୀକ୍ଷା ଘୁଂଚିବାପରେ ବନ୍ୟା ପ୍ଲାବିତ ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱସ୍ତି ମିଳିଛି । ସମ୍ପ୍ରତି ଅନେକ ନଦୀର ଜଳସ୍ତର ବିପଦ ସଂକେତ ଉପରେ ଥିବାବେଳେ ଅନେକ ସ୍ଥାନରେ ଘାଇ ମଧ୍ୟ ସୃଷ୍ଟିହୋଇଛି । ପ୍ରଥମେ ମଧ୍ୟମ ଧରଣର ବନ୍ୟା ହେବବୋଲି ଆଶଙ୍କା କରାଯାଉଥିବାବେଳେ ଏବେ ତାହା ବଡ଼ବନ୍ୟାର ରୂପ ନେବାକୁ ଯାଉଛି । ଗାଁ ଗଣ୍ଡା ଜଳାର୍ଣ୍ଣବ ହୋଇଥିବାବେଳେ ରାସ୍ତାଘାଟ ବିଚ୍ଛିନ୍ନ ହୋଇଯାଇଛି । ଏଭଳି ସ୍ଥିତିରେ ପରୀକ୍ଷା ହୋଇଥିଲେ ବନ୍ୟା ପ୍ଲାବିତ ଅଂଚଳର ପିଲାମାନେ ପରୀକ୍ଷା ଦେବାରୁ ବଂଚିତ ହେବାର ଆଶଙ୍କା ରହିଥିଲା ।
Powered by Froala Editor