କାବୁଲର ମଦ୍ରାସାରେ ବିସ୍ଫୋରଣ : ୨୦ ମୃତ
ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମଦ୍ରାସାରେ ବଡ ଧରଣର ବୋମା ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ତାଲିବାନ ଗୁପ୍ତଚର ସଂସ୍ଥାର ଜନୈକ ଅଧିକାରୀ କହିଛନ୍ତି ଯେ, ବିସ୍ଫୋରଣ ସ୍ଥଳକୁ ଯାଞ୍ଚ କରାଯାଉଛି। ମୃତ ଓ ଆହତଙ୍କ ଭିତରେ ୩୫ ଲୋକ ଥିବା ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, କାବୁଲ ସହରର ସାର ଏ କୋଟଲା ଖୈରଖାନାରେ ଏହି ବୋମା ବିସ୍ଫୋରଣ ଘଟିଛି। ଖୈରଖାନାରେ ପ୍ରାର୍ଥନା ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଛି। କାବୁଲର ସୁରକ୍ଷା ବିଭାଗ ଖାଲିଦ ଜରଦାନ ବିସ୍ଫୋରଣ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପୂରା ଅଞ୍ଚଳକୁ ତାଲିବାନ ସିକ୍ୟୁରିଟି ଗାର୍ଡ ସିଲ୍ କରି ଦେଇଛନ୍ତି। ଆହତଙ୍କୁ କାବୁଲର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
ନିରାପତ୍ତାରକ୍ଷୀମାନେ ସେଠାରେ ପହଞ୍ଚି ମୃତ ଓ ଆହତଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ରାତି ୧୧ଟା ସୁଦ୍ଧା ନିଜକୁ ଦାୟୀ କରିନାହାନ୍ତି।
Powered by Froala Editor