ମର୍ମନ୍ତୁଦ ସଡକ ଦୁର୍ଘଟଣା,୫ ମୃତ
ମୁମ୍ବାଇ: ପୁଣେ ଅହମ୍ମଦନଗରର ଜାତୀୟ ରଜପଥରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । କାରକୁ ଟ୍ରକ ଧକ୍କା ଦେବା ଫଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନାଅନୁସାରେ, ଏକ ଟ୍ରକ ରାସ୍ତା ଛାଡି ଭୁଲ ଦିଗକୁ ଚାଲିଯାଇଥିଲା । ପରେ ପୁଣି ହଠାତ୍ ରାସ୍ତାକୁ ଆସିଯାଇଥିଲା । ଏହି ସମୟରେ ଏକ କାର ସହ ଟ୍ରକଟିର ଧକ୍କା ହୋଇଥିଲା । ଫଳରେ କାରରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor