ଫୁଲୁଛି ମହାନଦୀ, ନରାଜ ଓ ମୁଣ୍ଡୁଳୀରେ ବିପଦ ସଙ୍କେତ ଟପିଲା ଜଳସ୍ତର
ଆଜିବି କଟକ ମୁଣ୍ଡୁଳୀ ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମହାନଦୀ। ମୁଣ୍ଡୁଳୀରେ ମହାନଦୀର ବିପଦ ସଙ୍କେତ ୯୭ ଫୁଟ୍ ଥିବା ବେଳେ ବର୍ତ୍ତମାନ ୯୭.୮୦ ଫୁଟ୍ ରହିଛି ଜଳସ୍ତର। ତେବେ ମୁଣ୍ଡୁଳୀରେ ମହାନଦୀର ଜଳ ପ୍ରଵାହ ସ୍ଥିର ରହିଛି । ସେକେଣ୍ଡ ପ୍ରତି ମହାନଦୀରେ ୧୨ଲକ୍ଷ ୧ହଜାର ୪୨୬ଘପଫୁଟ ଜଳ ପ୍ରଵାହିତ ହେଉଛି । ରାତି ୧୦ଟାରୁ ସ୍ଥିର ରହିଛି ଜଳସ୍ତର ।
ସେପଟେ ନରାଜରେ ବିପଦ ସଙ୍କେତ ୨୬.୪୧ମିଟର ଥିବା ବେଳେ ୨୬.୫୫ ମିଟରରେ ଜଳ ପ୍ରବାହିତ ହେଉଛି। କଟକ ନରାଜ ନିକଟରେ ସକାଳ ୬ଟା ସୁଦ୍ଧା ୫ ଲକ୍ଷ ୯୨ ହଜାର ୭ଶହ ୯୩ ଘନ ଫୁଟ ଜଳ ପ୍ରବାହିତ ହେଉଛି। ସେହିଭଳି ନରାଜ ଉପର ମୁଣ୍ଡର ଜଳସ୍ତର ୨୬.୫୫ ମିଟର ଥିବାବେଳେ ତଳମୁଣ୍ଡର ଜଳସ୍ତର ୨୫.୦୫ ମିଟର ରହିଛି। ନରାଜରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ।
Powered by Froala Editor