ପୁଣି ଚିରିଦେଲେ ସାବରକରଙ୍କ ଫଟୋ : ଶିବମୋଗା ପରେ ଟୁମାକୁରୁରେ ଚାପା ଉତ୍ତେଜନା
କର୍ଣ୍ଣାଟକାର ଶିବମୋଗା ପରେ ଟୁମାକୁରୁରେ ବିନାୟକ ଦାମୋଦର ସାବରକରଙ୍କ ଫଟୋକୁ ନେଇ ବିବାଦ ଦେଖିବାକୁ ମିଳିଛି। ଟୁମାକୁରୁରେ ଲାଗିଥିବା ସାବରକରଙ୍କ ଫଟୋକୁ ଆଜି କିଛି ଲୋକ ଚିରି ଦେଇଛନ୍ତି। ଏହାକୁ ନେଇ ପୂରା ଜିଲ୍ଲାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।
ଟୁମକୁରୁରେ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ କେତେକ ଦକ୍ଷିଣପନ୍ଥୀ ଗୋଷ୍ଠୀ ସବରକରଙ୍କ ପୋଷ୍ଟର ମାରିଥିଲେ । ମଙ୍ଗଳବାରଦିନ ଆଉ ଏକ ଗୋଷ୍ଠୀ ଉକ୍ତ ପୋଷ୍ଟରକୁ ଚିରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ଶିବମୋଗା ପରି ଏହି ଘଟଣାକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ବଢିବାର ଆଶଙ୍କା ଥିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।
ସୋମବାର ଶିବମୋଗାର ଅମିର ଅହମ୍ମଦ ସର୍କଲରେ ବୀର ସବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟର ମାରିବାକୁ ନେଇ ହିନ୍ଦୁବାଦୀ ଓ ଆଉ ଏକ ସ୍ଥାନୀୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଯିବାରୁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଏହା ସହିତ ପୁଲିସ ୧୪୪ ଧରା ଲଗାଇଥିଲା ।
ସେଠାରେ ବିବାଦ ଲାଗିଥିବା ବେଳେ ଟୁମାକୁରୁରେ ମଧ୍ୟ ସାବରକରଙ୍କ ପୋଷ୍ଟର ଲଗା ଯାଇଥିଲା। ସାବରକର ଇଂରେଜମାନଙ୍କୁ କ୍ଷମା ମାଗିଥିବାରୁ ସ୍ୱାଧୀନତା ଦିବସରେ ତାଙ୍କ ଫଟୋ ଲାଗି ପାରିବ ନାହିଁ ବୋଲି ଅଭିଯୋଗ କରି କିଛି ଲୋକ ଏହାକୁ ଚିରି ଦେଇଛନ୍ତି। ଟୁମାକୁରୁରେ ଥିବା ଇମ୍ପପ୍ରେସ କଲେଜ ସମ୍ମୁଖ ଭାଗରେ ଥିବା ରାସ୍ତାରେ ହିଁ ସାବରକରଙ୍କ ପୋଷ୍ଟର ମରାଯାଇଥିଲା।
ସାବରକଙ୍କ ପଟୋ ଲଗାଇ ଲୋକଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଇଁ ଶୁଭେଚ୍ଛା ଦିଅଯାଇଥିଲା। ହେଲେ ଉକ୍ତ ପୋଷ୍ଟରରୁ କେବଳ ସାବରକରଙ୍କ ଫଟୋକୁ ଚିରି ଦିଆଯାଇଛି।
Powered by Froala Editor