ଆସନ୍ତା ୩ ଘଣ୍ଟାରେ ପିକ ଛୁଇଁବ ବନ୍ୟା
ଭୁବନେଶ୍ୱର: ରାଜ୍ୟରେ ଏବେ ବନ୍ୟା ଭୟ । ତେବେ ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ ଛୁଇଁବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଆସନ୍ତା ୩ ଘଣ୍ଟା ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ମୁଣ୍ଡଳିରେ ବର୍ତ୍ତମାନ ୧୧.୬ ଲକ୍ଷ କୁ୍ୟସେକ ଜଳ ପ୍ରଭାବିତ ହେଉଛି । ଆଉ କିଛି ବଢିବା ପରେ ଜଳ ପ୍ରବାହ ପରିମାଣ କମିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷରେ ପ୍ରଶାସନର ନିଦ ହଜାଇଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଲଘୁଚାପଜନିତ ଲଗାଣ ବର୍ଷା ହେତୁ ହୀରାକୁଦର ଜଳସ୍ତର ବଢ଼ି ଚାଲିଥିବା ବେଳେ ମହାନଦୀ ବି ଫୁଲୁଛି। ମହାନଦୀରେ ବନ୍ୟା ଆସିବା ଫଳରେ କଟକ ବାଙ୍କୀ ଅଞ୍ଚଳ ପ୍ରଭାବିତ ହୋଇଛି । ଏହାବାଦ କୁଜଙ୍ଗ ଜୟଶଙ୍ଖପୁରଠାରେ ମହାନଦୀରେ ୭୦ ଫୁଟର ଘାଇ ସୃଷ୍ଟି ହୋଇଛି।
ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍ ଟପିଛି । ଜଳସ୍ତର ସକାଳେ ୬୨୫.୦୪ ଫୁଟ୍ ରହିଛି। ହୀରାକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪ ଲକ୍ଷ ୩୪ ହଜାର ୮ କ୍ୟୁସେକ୍ ଜଳ । ଗତକାଲି ହୀରାକୁଦର ୩୪ ଗେଟ୍ ଖୋଲାଥିବା ବେଳେ ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ପାଇଁ ୮ଟି ଗେଟ୍ ବନ୍ଦ କରାଯାଇଥିଲା। ତେଣୁ ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।
Powered by Froala Editor