ନିଦ ହଜାଇଲାଣି ହୀରାକୁଦର ଜଳସ୍ତର, ୬୨୫.୦୪ଫୁଟ

ସମ୍ୱଲପୁର: ବଢୁଛି ହୀରାକୁଦ ଜଳସ୍ତର । ହୀରାକୁଦରୁ ୨୬ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମପାର୍ଶ୍ବର ୧୮ ଓ ଡାହାଣପାର୍ଶ୍ବର ୮ଟି ଗେଟରେ ଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡରେ ୭ଲକ୍ଷ ୮୫ହଜାର ୨୯୧ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୪ଲକ୍ଷ ୩୪ହଜାର ୮ଘନଫୁଟ ଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୨୫.୦୪ ଫୁଟ ରହିଛି । ଆଜି ଅପରାହ୍ଣରେ ମୁଣ୍ଡଳୀରେ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବା ସମ୍ଭାବନା ରହିଛି ।
ପ୍ରଶାସନର ନିଦ ହଜାଇଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଲଘୁଚାପଜନିତ ଲଗାଣ ବର୍ଷା ହେତୁ ହୀରାକୁଦର ଜଳସ୍ତର ବଢ଼ି ଚାଲିଥିବା ବେଳେ ମହାନଦୀ ବି ଫୁଲୁଛି। ମହାନଦୀରେ ବନ୍ୟା ଆସିବା ଫଳରେ କଟକ ବାଙ୍କୀ ଅଞ୍ଚଳ ପ୍ରଭାବିତ ହୋଇଛି । ଏହାବାଦ କୁଜଙ୍ଗ ଜୟଶଙ୍ଖପୁରଠାରେ ମହାନଦୀରେ ୭୦ ଫୁଟର ଘାଇ ସୃଷ୍ଟି ହୋଇଛି।
Powered by Froala Editor