ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ପ୍ରଥମ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଦେଶବାସୀଙ୍କୁ ପ୍ରଥମ ଥର ପାଇଁ ସେ ସମ୍ବୋଧନ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଛନ୍ତି।
ଏହି ଅବସରରେ ସେ କହିଛନ୍ତି, ‘୭୬ତମ ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ଦେଶ-ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଉଛି । ଅଗଷ୍ଟ ୧୪କୁ ବିଭାଜନ-ବିଭୀଷିକା ସ୍ମୃତି-ଦିବସ ରୂପେ ପାଳନ କରାଯାଇଥାଏ । ଏହି ସ୍ମୃତି ଦିବସକୁ ପାଳିବାର ଉଦ୍ଦେଶ୍ୟ ହେଉଛି ସାମାଜିକ ସଦଭାବ, ମାନବ ସଶକ୍ତିକରଣ ଏବଂ ଏକାକୁ ପ୍ରୋତ୍ସାହିତ କରିବା ।
ସେ କହିଛନ୍ତି ଯେ, ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି। ୨୦୪୭ ସୁଦ୍ଧା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ପୂରଣ କରିବୁ। ଭାରତରେ ଗଣତନ୍ତ୍ର ଲଗାତାର ମଜଭୁତ ହେବାରେ ଲାଗିଛି। ଆମେ ଦାରିଦ୍ର୍ୟ ଓ ଅଶିକ୍ଷା ବିରୋଧରେ ଲଢ଼େଇ ଲଢିଛୁ। ଅ ଆଜି ସାରା ବିଶ୍ୱ ଦେଖୁଛି ଭାରତର ଉଦୟ। ଆତ୍ମନିର୍ଭର ଭାରତ ଗଠନ ପାଇଁ ଉଦ୍ୟମ ଜାରି ରହିଛି। ଭାରତର ଅର୍ଥବ୍ୟବସ୍ଥା ଦ୍ରୁତଗତିରେ ବୃଦ୍ଧି ପାଉଥିବା କହିଛନ୍ତି।
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ଔପନିବେଶିକ ଶାସନର ଅନ୍ତ ଘଟାଇଥିଲୁ । ଏହି ଶୁଭ ଦିବସର ପାଳନ ଅବସରରେ ଆମେ ସମସ୍ତେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାଦର ପ୍ରଣାମ କରୁଛେ । ସେମାନେ ତାଙ୍କର ସର୍ବସ୍ୱ ବଳିଦାନ ଦେଇଛନ୍ତି, ଯାହାଦ୍ୱାର ଆମେ ସମସ୍ତେ ସ୍ୱାଧୀନ ଭାରତରେ ନିଶ୍ୱାସ ନେଇପାରୁଛେ ବୋଲି ଦ୍ରୌପଦୀ କହିଛନ୍ତି ।
କରୋନା କଥା ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି, ‘ଆମେ ଦେଶରେ ନିର୍ମିତ ଭ୍ୟାକ୍ସିନ ସହ ମଣିଷ ଇତିହାସର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ କରିଥିଲା । ଗତ ମାସରେ ଆମେ ଦୁଇ ଶହ କୋଟି ଡୋଜ ପ୍ରଦାନର ସଂଖ୍ୟା ପାର କରିଛୁ । ଏହି ମାହାମାରୀ ସାମ୍ନା କରିବାରେ ଆମ ଉପଲବ୍ଧି ବିଶ୍ୱର ଅନେକ ବିକଶିତ ଦେଶଠାରୁ ଅଧିକ ରହିଛି ।
ଭାରତର ନୂଆ ଆତ୍ମବିଶ୍ୱାସର ଉତ୍ସ ହେଉଛନ୍ତି ଦେଶର ଯୁବକ, କୃଷକ ଏବଂ ସବୁଠୁ ଅଧିକ ଦେଶର ମହିଳା । ମହିଳାମାନେ ସମସ୍ତ ବାଧାକୁ ପାକ କରି ଆଗକୁ ବଢୁଛନ୍ତି । ସାମାଜିକ ଏବଂ ରାଜନୈତିକ ପ୍ରକ୍ରିୟାରେ ସେମାନଙ୍କ ବୃଦ୍ଧି ଭାଗିଦାରୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି’ବୋଲି ଦ୍ରୌପଦୀ କହିଛନ୍ତି ।
Powered by Froala Editor